ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର ଅନୁକମ୍ପା ରାଶି
  • ପରିବାରର ଜଣକୁ କନଷ୍ଟେବଳ ଚାକିରୀ
  • ସେବାଶ୍ରମ ସ୍କୁଲର ୪ କର୍ମଚାରୀ ନିଲମ୍ବିତ
  • ପ୍ରଧାନଶିକ୍ଷକଙ୍କୁ ସମର୍ଥନ କରି ଛାତ୍ରୀମାନଙ୍କର ଧାରଣା

ମାଲକାନଗିରି:  ମାଲକାନଗିରି  ଜିଲ୍ଲା ଶିଖପାଲ୍ଲି ସେବାଶ୍ରମ ଛାତ୍ରୀ ମୃତ୍ୟୁ ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରାଯାଇଛି। କାଲିମେଳା ତହସିଲଦାର   ଏମ.ପି.ଭି-୨୯  ଗ୍ରାମକୁ ଯାଇ  ମୃତ ଛାତ୍ରୀଙ୍କ ପରିବାରକୁ  ୫ ଲକ୍ଷ ଟଙ୍କାର  ଚେକ୍  ପ୍ରଦାନ କରିଛନ୍ତି।  ଏହାସହ ମୃତକଙ୍କ ପରିବାରର  ଜଣଙ୍କୁ   ପୋଲିସ କନଷ୍ଟେବଳ ଚାକିରି  ଦିଆଯିବ ବୋଲି ଘୋଷଣା କରିଛନ୍ତି।

ଜିଲ୍ଲା ସ୍ୱତନ୍ତ୍ର ଆଦିବାସୀ ବିକାଶ ପରିଷଦ ଅଧ୍ୟକ୍ଷ  ଆଡମା ରାୱାଙ୍କ ଉପସ୍ଥିତିରେ  କାଲିମେଳା ତହସିଲଦାର ସନ୍ତୋଷ କୁମାର ନାୟକ  ୫ ଲକ୍ଷ ଟଙ୍କାର ଚେକ୍  ମୃତ ଛାତ୍ରୀ ପରିବାରକୁ ପ୍ରଦାନ କରିଛନ୍ତି।

କାର୍ଯ୍ୟରେ ଅବହେଳା ପାଇଁ  ସେବାଶ୍ରମ ବିଦ୍ୟାଳୟର ପ୍ରଧା ଶିକ୍ଷକ  ବିଶ୍ୱଜିତ୍ ସରକାର ,  ସହକାରୀ ପ୍ରଧାନଶିକ୍ଷକ  ବିଶ୍ୱନାଥ ଲେଙ୍କା, ସହକାରୀ   ହଷ୍ଟେଲ ପରିଚାଳକ  ରେଣୁବାଳା ମଲ୍ଲିକ ଏବଂ  କନିଷ୍ଟ ମାଟ୍ରନ ସେଫାଳି କିର୍ତ୍ତନିୟାଙ୍କୁ ନିଲମ୍ବିତ କରାଯାଇଛି।  ସେହିପରି  ୱାଚମ୍ୟାନ ପ୍ରଦୀପ ସୁନାଙ୍କୁ  କାର୍ଯ୍ୟରୁ ବରଖାସ୍ତ କରାଯାଇଛି।

ଶିଖପାଲ୍ଲି ଗ୍ରାମର ଗ୍ରାମବାସୀମାନେ ମାଲକାନଗିରି ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ଭେଟି ମୃତ ଛାତ୍ରୀଙ୍କ ପରିବାରଙ୍କୁ  ନ୍ୟାୟ ପ୍ରଦାନ କରିବା ନିମନ୍ତେ  ଅନୁରୋଧ କରିଥିଲେ।

ଅନ୍ୟପକ୍ଷରେ ଆଜି ପ୍ରଧାନ ଶିକ୍ଷକଙ୍କୁ ସମର୍ଥନ କରି ବିଦ୍ୟାଳୟର ଛାତ୍ରୀମାନେ ଧାରଣାରେ ବସିଥିଲେ। ପରେ ଏସ୍‌ଡିପିଓ ସରବଣ ବିବେକ ଏମ୍ ବିଦ୍ୟାଳୟରେ ପହଞ୍ଚି ଛାତ୍ରୀଙ୍କୁ ବୁଝାସୁଝା କରିଥିଲେ।

Comment