ଓଡ଼ିଶାଲାଇଭ୍‌ ବ୍ୟୁରୋ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ କିଛିଦିନ ହେଲା ଲଜ୍ୟାଜନକ ପରିସ୍ଥିତି ସୃଷ୍ଟି ହୋଇଛି। ଚଳିତ ସପ୍ତାହରେ ତିନିଟି ଦୁଷ୍କର୍ମ ଅଭିଯୋଗ ସାମ୍ନାକୁ ଆସିଛି।

ଶିଖାପାଲି ବାଳିକା ସେବାଶ୍ରମରେ ଛାତ୍ରୀ ମୃତ୍ୟୁ, ଗୁମୁକାରରେ ଆଦିବାସୀ ଦୁଇ ଜଣ ନାବାଳିକାଙ୍କୁ ବଳାତ୍କାର କରାଯାଇଥିବା ବେଳେ ଆଜି ମାଲକାନଗିରି ଜିଲ୍ଲାର ଏମ୍ଭି ୯ ଗ୍ରାମର ଜଣେ ନାବାଳିକାକୁ ଜଣେ ନାବାଳିକା ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।

ଝିଅଟି ସ୍ଥାନୀୟ ମେଡ଼ିକାଲରେ ଭର୍ତ୍ତି ହୋଇଥିବା ବେଳେ ଥାନାରେ ଏତଲା ଦିଆଯାଇଛି। ଏ ନେଇ ତଦନ୍ତ ଆରମ୍ଭ ହୋଇଛି। ସପ୍ତାହେ ମଧ୍ୟରେ ୩ଟି ଦୁଷ୍କର୍ମ ଘଟଣା ମାଲକାନଗିରି ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି।

Comment