ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭବିଷ୍ୟତ ଗଢିବା ଲକ୍ଷ୍ୟରେ ବିପଜ୍ଜନକ ରାସ୍ତାକୁ ବାଛି ନେଇଛନ୍ତି ଛାତ୍ରଛାତ୍ରୀ।

ଗାଁରେ ନାହିଁ ଗୋଟିଏ ବି ହାଇସ୍କୁଲ। ନଦୀ ପାର ହୋଇ ଯିବାକୁ ପଡ଼ୁଛି ଆରପଟ ଗ୍ରାମକୁ। ଭବିଷ୍ୟତ ଗଢିବା ଲକ୍ଷ୍ୟରେ ବିପଜ୍ଜନକ ରାସ୍ତାକୁ ବାଛି ନେଇଛନ୍ତି ଛାତ୍ରଛାତ୍ରୀ। ବାଜିରେ ଲାଗିଛି ସେମାନଙ୍କ ଜୀବନ। ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ କରଦାଙ୍ଗି ପଞ୍ଚାୟତ ଅର୍ନ୍ତଗତ ସପଲାଞ୍ଜି ଗ୍ରାମରେ।

ଏହି ଗ୍ରାମରେ ଗୋଟିଏ ହାଇସ୍କୁଲ ନାହିଁ। ତେଣୁ ଏହି ଗ୍ରାମର ପିଲାମାନଙ୍କ ପାଠପଢିବା ପାଇଁ କରଦାଙ୍ଗି ଗ୍ରାମରେ ଥିବା ସ୍କୁଲକୁ ଯାଇଥାନ୍ତି।

ତେବେ ସେମାନଙ୍କୁ କରଦାଙ୍ଗି ଗ୍ରାମରେ ଥିବା ସ୍କୁଲକୁ ଯିବା ପାଇଁ ସମାକାଇ ନଦୀ ପାର ହେବାକୁ ପଡ଼ିଥାଏ। କେବଳ ଏତିକି ନୁହେଁ, ଭଙ୍ଗା ଦଦରା ଡଙ୍ଗାରେ ନିଜେ ନାଉରିଆ ସାଜି ନଦୀ ପାର ହୋଇଥାନ୍ତି ପିଲାମାନେ।

ବର୍ଷା ଦିନେ ଏହି ନଦୀର ପାଣି ଫୁଲିଥାଏ। ଏଭଳି ସ୍ଥିତିରେ ମଧ୍ୟ ଜୀବନକୁ ବାଜି ଲଗାଇ ସପାଲାଞ୍ଜି ଗ୍ରାମର ପିଲାମାନେ ନଦୀ ପାର ହୋଇ କରଦାଙ୍ଗି ସ୍କୁଲକୁ ଯାଇଥାନ୍ତି।

Comment