ଓଡ଼ିଶାଲାଇଭ୍‌ ବ୍ୟୁରୋ

କେରଳରେ ଦେଖାଦେଇଛି ପ୍ରଳୟଙ୍କାରୀ ବନ୍ୟା। ଫଳରେ କେରଳର ଅଧିକାଂଶ ଜିଲ୍ଲା ଜଳମଗ୍ନ ହୋଇଯାଇଛି। ବନ୍ୟା ପାଣି ଜମି ଏବଂ ଘରେ ପସି ଯାଇଛି। ଫଳରେ ବନ୍ୟାବିପନ୍ନଙ୍କୁ ବିସ୍ଥାପିତ କରାଯାଇଛି। ଏହି ବନ୍ୟାରେ ବର୍ତ୍ତମାନ ସୁଦ୍ଧା ୩୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୧ ହଜାର ଲୋକଙ୍କୁ ଉଦ୍ଧାରକାରୀ ଟିମ୍ ପାଣିଘେରରୁ ଉଦ୍ଧାର କରି ବନ୍ୟା ଆଶ୍ରୟସ୍ଥଳୀରେ ରଖାଯାଇଛି।

ଏନଡିଆର୍‌ଏଫ୍, ନାଭାଲ, ଏୟାରଫୋର୍ସ, କୋଷ୍ଟଗାର୍ଡମାନଙ୍କୁ ବନ୍ୟାଞ୍ଚଳରେ ମୁତୟନ କରାଯାଇଛି। ୭୨ ଘଣ୍ଟା ଯାଏଁ ରେଡ୍ ଆଲର୍ଟ ଜାରି କରାଯାଇଛି।

ଶନିବାର କେରଳ ମୁଖ୍ୟମନ୍ତ୍ରି ପି ବିଜୟନ୍, ବିରୋଧୀ ଦଳ ନେତା ରମେଶ ଚେନ୍ନିଥଲା ହେଲିକପ୍ଟରରେ ବନ୍ୟାଞ୍ଚଳ ପରିଦର୍ଶନ କରିଛନ୍ତି। ବିଶେଷକରି ବାୟାନାଡ ଜିଲ୍ଲା ୧୪ ଅଗଷ୍ଟ ଏବଂ ଇଡୁଫ୍‌କି ଜିଲ୍ଲାରେ ୧୫ ଅଗଷ୍ଟ ଯାଏଁ ରେଡ୍ ଆଲର୍ଟ ଜାରି କରାଯାଇଛି। ବର୍ଷା କମି ଯାଇଥିଲେ ମଧ୍ୟ ଲୋକଙ୍କର ଦୁର୍ଦ୍ଦଶା କମିନି।

ପାଣିଘେରରେ ରହିଥିବା ଲୋକଙ୍କ ପାଇଁ ୪୩୯ଟି ଅସ୍ଥାୟୀ କ୍ୟାମ୍ପ କରାଯାଇଛି। ଏହି କ୍ୟାମ୍ପରେ ଲୋକଙ୍କୁ ରଖାଯାଇଛି।

ଚଳିତ ବର୍ଷ ୭ଟି ରାଜ୍ୟରେ ଦେଖାଦେଇଥିବା ପ୍ରଳୟଙ୍କାରୀ ବନ୍ୟାରେ ୭୧୮ ଜଣଙ୍କର ପ୍ରାଣହାନୀ ଘଟିଥିବା କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।

କେରଳରେ ଚଳିତ ବର୍ଷ ୧୭୮ ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ ଉତ୍ତରପ୍ରଦେଶରେ ୧୭୧, ପଶ୍ଚିମବଙ୍ଗରେ ୧୭୦, ମହାରାଷ୍ଟ୍ରରେ ୧୩୯, ଗୁଜରାଟରେ ୫୨, ଆସାମରେ ୪୪, ନାଗାଲାଣ୍ଡରେ ୮ ଜଣଙ୍କର ମୃତ୍ୟୁ ଘଟିଛି।

Comment