ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆମେରିକାର ସିଏଟଲ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଶୁକ୍ରବାର ରାତିରେ ଅପହରଣ କରି ଉଡ଼ାଇ ନେଉଥିବା ବିମାନଟି ଅଳ୍ପ ସମୟ ମଧ୍ୟରେ ଦୁର୍ଘଟଣାଗ୍ରସ୍ତ ହୋଇ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି

କାର ଚୋରି, ଭାରତୀୟ ରେଳବାଇର ବଗି ଚୋରି ଘଟଣା ପରେ ଏବେ ବିମାନ ଚୋରି ଘଟଣା ସାମ୍ନାକୁ ଆସିଛି। ଏହି ଚୋରି ପୁଣି ବିଶ୍ୱର ସବୁଠାରୁ ଶକ୍ତିଶାଳୀ ସୁରକ୍ଷା ବଳୟ ମଧ୍ୟରେ ଅବସ୍ଥିତ ୱାଶିଂଟନ ସହରର ସିଆଟେଲ- ଟାକୋମା ଅନ୍ତର୍ଜାତୀୟ ବିମାନ ବନ୍ଦରରେ ହୋଇଛି।

ଆମେରିକାର ଜଣେ ୨୯ବର୍ଷିୟ ଯୁବକ ଏକ ବିମାନ ଚୋରି କରି ନେବା ପରି ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।  ବିମାନବନ୍ଦରରୁ ହରିଜନ କ୍ୟୁ ୪୦୦ ବିମାନଟି ଉଡ଼ାଣ ଭରିବାର କେତେ ସେକେଣ୍ଡ ମଧ୍ୟରେ ତାକୁ ଆମେରିକା ବାୟୁସେନାର ଦୁଇଟି ଲଢ଼ୁଆ ଏଫ -୧୫ ବିମାନ ପିଛା କରିଥିଲେ। ଏହି ବିମାନବନ୍ଦରରେ କାର୍ଯ୍ୟ କରୁଥିବା ଜଣେ ମେକାନିକ ବିମାନବନ୍ଦରର ହ୍ୟାଙ୍ଗରରେ ରଖା ଯାଇଥିବା ଆଲସ୍କା ଏୟାରଲାଇନ୍ସର ଏକ ବିମାନକୁ ଚୋରି କରି ନେଇ ପଳାଉଥିବା ବେଳେ ତାକୁ ବାୟୁ ସେନା ବିମାନ ପିଛା କରିବାରୁ ବ୍ୟକ୍ତିଜଣକ ବିମାନକୁ ଅବତରଣ କରୁଥିବାବେଳେ ଏହା ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଘଟଣା ସମ୍ପର୍କରେ ଓ୍ଵାସିଙ୍ଗଟନ୍‌ର ଆଲସ୍କା ଏୟାର ଲାଇନ୍ସ ପକ୍ଷରୁ ସ୍ୱୀକାର କରାଯାଇଛି।

ବିମାନ ବନ୍ଦରରେ ଥିବା ଆଲାକ୍ସା ଏୟାର ଲାଇନ୍ସର ହୋରାଇଜନ ଏୟାର-କ୍ୟୁ୪୦୦ ନାମକ ଏକ ଯାତ୍ରୀବାହୀ ଜେଟ ବିମାନ ଶୁକ୍ରବାର ଆମେରିକୀୟ ସନ୍ଧ୍ୟା ୮ଟାରେ ଚୋରି କରାଯାଇଥିଲା। ବିମାନ ଚୋରି ହୋଇଥିବା ଜଣାପଡ଼ିବା ପରେ ବିମାନ ବନ୍ଦରର ନେଭିଗେସନ ସିଷ୍ଟମକୁ ବନ୍ଦ କରି ଦିଆଯାଇ ଥିଲା। ବିମାନବନ୍ଦର କର୍ତ୍ତୃପକ୍ଷ ତୁରନ୍ତ ସେନାବାହିନୀକୁ ଖବର ଦେଇଥିଲେ।

ବିମାନକୁ ସେନାର ଦୁଇଟି ଏଫ-୧୫ଯୁଦ୍ଧ ବିମାନ ଅନୁସରଣ କରିଥିଲେ। ସେ ସମୟରେ ସ୍ଥାନୀୟ ଅଞ୍ଚଳରେ ରାତି ହୋଇଥିବାରୁ ବିନା ନେଭିଗେସନ୍‍ ସିଗ୍‍ନାଲ୍‍ରେ ପାଇଲଟ୍‍ ଦିଗ ଜାଣି ନପାରି ୱାଶିଂଟନ ବିମାନବନ୍ଦର ସନ୍ନିକଟ ପିୟର୍ସ କାଉଣ୍ଟି ସହରର କେନ୍ଦ୍ରୀୟ ଦ୍ୱୀପରେ ଓହ୍ଲାଇବାକୁ ବାଧ୍ୟ ହୋଇଥିଲା।

ଓହ୍ଲାଇବା ସମୟରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଛି। କିନ୍ତୁ ବିମାନରେ ଯାତ୍ରୀ ନଥିବାରୁ ଦୁର୍ଘଟଣାରେ କେହି ମୃତାହତ ହୋଇନାହାନ୍ତି। ଏହା ପଛରେ ଆତଙ୍କବାଦୀ କାର୍ଯ୍ୟକଳାପ ଥିବା ଅଭିଯୋଗ ହେଉଥିବା ବେଳେ ଏହାକୁ ଅସ୍ୱୀକାର କରିଛନ୍ତି ବିମାନ ବନ୍ଦର କର୍ତ୍ତୃପକ୍ଷ।

Comment