ଓଡ଼ିଶାଲାଇଭ୍‌ ବ୍ୟୁରୋ

 ୨୦୧୮ ଏସିଆନ୍‍ ଗେମ୍‍ରେ ଭାରତକୁ ଆଜି ୧୦ ମିଟର ଏୟାର ରାଇଫଲରେ ଆଉ ଏକ ପଦକ ମିଳିଛି। ଭାରତୀୟ ସୁଟର ଦୀପକ କୁମାର ରୌପ୍ୟ ପଦକ ଜିତିଛନ୍ତି।

ପୁରୁଷ ୧୦ ମିଟର୍‌ ଏୟାର୍‌ ରାଇଫଲ୍‌ ସୁଟିଙ୍ଗ୍‌ ପ୍ରତିଯୋଗିତାରେ ଭାରତୀୟ ସୁଟର୍‌ ଦୀପକ କୁମାର ସୋମବାର ଦିନ ରୌପ୍ୟ ପଦକ ଜିଣିଛନ୍ତି। ସୁଟିଙ୍ଗ୍‌ ରେଞ୍ଜ୍‌ରେ ଦୀପକ ୨୪୭. ୭ ସୁଟିଙ୍ଗ୍‌ କରି ପୋଡିୟମ୍‌ର ଦ୍ୱିତୀୟ ସ୍ଥାନରେ ରହିଥିଲେ। ୨୪୯. ୧ ସୁଟିଙ୍ଗ୍‌ କରି ଚୀନ୍‌ର ହାଓରାନ୍‌ ୟାଙ୍ଗ୍‌ ସ୍ୱର୍ଣ୍ଣ ପଦକ ଜିଣିଛନ୍ତି।

ଚୀନ୍‌ର ତାଇପେଇ ଶାଓଚୁଆନ୍‌ ଲୁ ୨୨୬. ୮ ସୁଟିଙ୍ଗ୍‌ କରି କାଂସ୍ୟ ପଦକ ହାସଲ କରିଛନ୍ତି। ଏହାକୁ ମିଶାଇ ଏସିଆନ୍‍ ଗେମ୍‍ରେ ଭାରତର ପଦକ ସଂଖ୍ୟା ୩ରେ ପହଞ୍ଚିଛି। ଭାରତୀୟ ସୁଟର ରବି କୁମାର ଅଳ୍ପକେ କାଂସ୍ୟ ପଦକରୁ ବଞ୍ଚିତ ହୋଇଛନ୍ତି।

Comment