ନବରଙ୍ଗପୁରରୁ ଗୌରାଙ୍ଗ ପାତ୍ର

ଆମ୍ବକୋଇଲି ଗୁଣ୍ଡ ନେଲାଣି ଅନେକ ଜୀବନ। ଅନାହାର ଓ ଭୋକ ସହିନପାରି କେଉଁଠି ଆମ୍ବକୋଇଲି ଗୁଣ୍ଡ ଖାଉଛନ୍ତି ତ ଆଉ କେଉଁଠି ପାରମ୍ପରିକ ଖାଦ୍ୟ ଭାବେ ଏହାକୁ ଗ୍ରହଣ କରୁଛନ୍ତି।

ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଗୁରୁସିଙ୍ଗା ପଞ୍ଚାୟତର ମଇନାପଦର ଗ୍ରାମର କ।ମସାହିରେ ଆମ୍ବକୋଇଲି ପିଠା ଖାଇ ଗୋଟିଏ ପରିବାରର ୩ ଜଣଙ୍କ ମଙ୍ଗଳବାରରେ ମୃତ୍ୟୁ ଘଟିଥିଲା। ଯାହାକୁ ନେଇ ରାଜନୀତି ଜୋର ଧରିଛି।

ଆମ୍ବକୋଇଲି ଖାଇ ମଇନାପଦର ଡମ୍ବୁରୁ ସାନ୍ତ।ଙ୍କ ଦୁଇବହୁ ସୁଧାମଣି ସାନ୍ତା (୩୦), ପ୍ରମିଳା ସାନ୍ତା (୨୮) ଓ ଝିଅ ନମିତା ସାନ୍ତା (୧୬) ଙ୍କ ମୃତ୍ୟୁ ଘଟିଥିଲା। ଡମ୍ବୁରୁ ଙ୍କ ନାତି ପ୍ରକାଶ ସାନ୍ତା (୬) ଗୁରୁତର ଅବସ୍ଥାରେ କୋରାପୁଟ ମେଡିକାଲ କଲେଜରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ସୁଧାର ଆସିଥିବା ଜଣାପଡ଼ିଛି।

ଆମ୍ବକୋଇଲି ଗୁଣ୍ଡ ନେଲାଣି ଅନେକ ଜୀବନ। ଅନାହାର ଓ ଭୋକ ସହିନପାରି କେଉଁଠି ଆମ୍ବକୋଇଲି ଗୁଣ୍ଡ ଖାଉଛନ୍ତି ତ ଆଉ କେଉଁଠି ପାରମ୍ପରିକ ଖାଦ୍ୟ ଭାବେ ଏହାକୁ ଗ୍ରହଣ କରୁଛନ୍ତି। ଏହାକୁ ଧନୀ ଗରିବ ସମସ୍ତେ ଖାଇଥାନ୍ତି। ସଚେତନତା ଅଭାବରୁ ଏହି ଗାଁ’ର ଅନେକ ଲୋକ ପ୍ରତିବର୍ଷ ବର୍ଷାଦିନେ ଆମ୍ବଟାକୁଆକୁ ପିଠା କରି ଖାଇଥାନ୍ତି।

ଦୁର୍ଗମ ଅଞ୍ଚଳ ଗୁଡିକରେ ଲୋକେ ଖରାଦିନେ ଆମ୍ବକୋଇଲିକୁ ଶୁଖାଇ ଗୁଣ୍ଡକରି ଘରେ ରଖିଥାନ୍ତି। ବର୍ଷାଦିନେ ତାକୁ ଗରମ ପାଣିରେ ଛାଣି କସ ପାଣି ବାହାର କରି ପେଜ ଓ ପିଠା ତିଆରି କରି ଖାଇଥାନ୍ତି। ଝରିଗାଁ ବ୍ଲକରେ ବିଭିନ୍ନ ସ୍ଥାନରେ ଏହା ଦେଖିବାକୁ ମିଳେ। ଏଠାରେ ଆମ୍ବକୋଇଲିରୁ ବିଭିନ୍ନ ପ୍ରକାରର ଖାଦ୍ୟ ମଧ୍ୟ ପ୍ରସ୍ତୁତ କରି ଖାଇଥାନ୍ତି।

୮ଦିନ ତଳେ ଆମ୍ବକୋଇଲିକୁ ବତୁରାଇ ରଖାଯାଇଥିବାବେଳେ ସେଥିରେ ଫିମ୍ପି ଲାଗିଯାଇଥିଲା। ତାହା ସେମାନଙ୍କ ନଜରରେ ନ ଥିଲା। ପରେ ତାହାକୁ ସେମାନେ ପିଠା ତିଆରି କରି ଖାଇଥିଲେ। ଏହି ପିଠା ଖାଇ ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ ହୋଇଥିଲା।

ଏହାକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି। ଜିଲ୍ଲା କଂଗ୍ରେସ ସଭାପତି ମୁନ୍ନା ତ୍ରିପାଠୀଙ୍କ ନେତୃତ୍ୱରେ ଏକ ଦଶ ଜଣିଆ ପ୍ରତିନିଧି ମଣ୍ଡଳୀ ମୃତକଙ୍କ ପରିବାରକୁ ଭେଟି ସମବେଦନା ଜଣାଇବା ସହ କେଉଁ ପରିସ୍ଥିତିରେ ପରିବାର ଲୋକେ ଆମ୍ବକୋଇଲି ଖାଇବାକୁ ବାଧ୍ୟ ହୋଇଥିଲେ ତାହା ପରିବାର ଲୋକଙ୍କୁ ପଚାରି ବୁଝିଥିଲେ।

ବର୍ତ୍ତମାନ ସମୟରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଖାଦ୍ୟ ସୁରକ୍ଷା ଆଇନ ପ୍ରଣୟନ କରି ଲୋକଙ୍କୁ ଚାଉଳ ଦେଉଛନ୍ତି ତେବେ ସରକାରଙ୍କ ଏହି ଆଇନ ଏହି ପରିବାର ଲୋକଙ୍କ ପାଖରେ ପହଞ୍ଚିଛି କି ନାହିଁ ତାହାର ତଦନ୍ତ କରିଥିଲେ। ଆଦିବାସୀ ଅଧ୍ୟୁଷିତ ଏହି ଗ୍ରାମରେ ବର୍ତ୍ତମାନ ସୁଦ୍ଧା ବିକାଶ ପହଞ୍ଚିପ।ରି ନଥିବା ଜିଲ୍ଲା କଂଗ୍ରେସ ଅଭିଯୋଗ କରିଛି।

ଏବେ ବି ବିକାଶ ଅପହଞ୍ଚ

ଏହି ଗାଁଠାରୁ ପାଖରେ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ମାତ୍ର ୮କିମି ରହିଥିବା ବେଳେ ୫ କିମି ପୁରା କାଦୁଅ ପଚ ପଚ ମାଟି ରାସ୍ତା। ହଠାତ୍ ରୋଗୀଙ୍କୁ ଡାକ୍ତରଖାନାକୁ ନେବାକୁ ହେଲେ ନାନା ଅସୁବିଧାର ସାମ୍ନା କରିବାକୁ ପଡ଼ୁଛି।

ମୃତକଙ୍କ ପରିବାରକୁ ରେଡ଼କ୍ରସ ପାଣ୍ଠିରୁ ୧୦ହଜାର ଟଙ୍କା ଓ ହରିଶ୍ଚନ୍ଦ୍ର ଯୋଜନାରେ ୪ ହଜାର ଟଙ୍କା ଜିଲ୍ଲାପାଳଙ୍କ ପକ୍ଷରୁ ପ୍ରଦାନ କରାଯାଇଛି।

“ପରିବାର ଲୋକ ଅନାହାରରେ ଥିଲେ ଏବଂ ଖାଦ୍ୟ ଖାଇବାକୁ ପାଉନଥିଲେ ଏପରି ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ ଏବଂ ସେମାନଙ୍କ କୌଣସି ଆର୍ଥିକ ଦୁରବସ୍ଥା ନ ଥିଲା କେବଳ ସଚେତନତାର ଅଭାବରୁ ଏଭଳି ଘଟଣା ଘଟିଛି” କହିଛନ୍ତି ନବରଙ୍ଗପୁର ଜିଲ୍ଲାପାଳ ଡକ୍ଟର ଅଜିତ କୁମାର ମିଶ୍ର।

ଏହି ସମୟରେ ଜିଲ୍ଲାପାଳଙ୍କ ସହ ପିଡି ଲଷ୍ମୀଧର ଦାସ, ବିଡିଓ ଲୁନୁ ଲାକ୍ରା, ତହସିଲଦାର କ୍ଷମାନିଧି ଭୋଇ, ଡାକ୍ତର ସ୍ମୃତି ମଧୁସ୍ମିତା, ଏମ ଏଚ ୟୁ ଡାକ୍ତର ସନ୍ତୋଷ ପ୍ରଧାନ, ସିଡିପିଓ ବ।ସନ୍ତି ପଣ୍ଡା, ଗୁରୁସିଙ୍ଗା ପଞ୍ଚାୟତ ପିଇଓ ସଂଗ୍ରାମ ପଟ୍ଟନାୟକ, ବିପିଏମ ଜଗନ୍ନାଥ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

Comment