ଓଡ଼ିଶାଲାଇଭ୍ ବ୍ୟୁରୋ
ପବିତ୍ର ର।କ୍ଷୀ ପୂର୍ଣ୍ଣିମା ଅବସରରେ ଭଉଣୀ ନିଜର ସୁରକ୍ଷାକବଚ ରୂପେ ଭାଇ ହାତରେ ରାଖୀ ବାନ୍ଧି ଭାଇର ଶୁଭମନାସୀ ଥାନ୍ତି। ପ୍ରାଚୀନକାଳରୁ ଚଳିଆସୁଥିବା ଏହି ଚିରାଚରିତ ପ୍ରଥାକୁ ମୟୂରଭଞ୍ଜ ଜିଲ୍ଲାର ଅ।ଦିବାସୀ ସମ୍ପ୍ରଦାୟର ଲୋକେ ଭିନ୍ନ ରୂପରେ ପାଳନ କରିଛନ୍ତି।
ପ୍ରକୃତି ପ୍ରେମୀ ଅ।ଦିବାସୀମାନେ ଜଙ୍ଗଲକୁ ଜୀବନଠାରୁ ଅଧିକ ଭଲ ପାଇଥାନ୍ତି। ସେମାନଙ୍କ ବିଶ୍ଵାସ ପିଲାଟି ଜନ୍ମ ସମୟରେ ଏନ୍ତୁଡିଶାଳରେ କାଠର ବ୍ୟବହାର ହୋଇଥାଏ। ଜୀବନବ୍ୟାପୀ ସେମାନେ ଜଙ୍ଗଲ ଉପରେ ନିର୍ଭର କରୁଥିବାରୁ ଜଙ୍ଗଲ ହିଁ ସେମାନଙ୍କ ଜୀବନ ଓ ଜୀବିକା।
ତେଣୁ ରାଖୀପୂର୍ଣ୍ଣିମା ପରି ପବିତ୍ର ଦିନରେ ସେମାନେ ଶାଳଗଛକୁ ରାଖୀ ପିନ୍ଧାଇ ନିଜର ପ୍ରକୃତିପ୍ରୀତିର ପରିଚୟ ଦେଇଥାନ୍ତି। ଏହିଭଳି ଏକ କାର୍ଯ୍ୟକ୍ରମ ଦେଖିବାକୁ ମିଳିଥିଲା ବାରିପଦା ବନଖଣ୍ଡ ଅନ୍ତର୍ଗତ ଦେଉଳି ରେଞ୍ଜର ଗଣ୍ଡିଅ।ଢ଼ିହା ଗ୍ରାମରେ।
ବନବିଭାଗର ସହଯୋଗରେ ଏହିପରି ପାରମ୍ପରିକ କାର୍ଯ୍ୟକ୍ରମକୁ ଦେଉଳି ବନାଞ୍ଚଳ ଅଧିକାରୀ ରବିନ୍ଦ୍ର କୁମାର ମହାନ୍ତି ପରିଚାଳନା କରିଥିଲେ। ମୟୂରଭଞ୍ଜ ବିକାଶ ପରିଷଦର ଅଧ୍ୟକ୍ଷ ଡକ୍ଟର ଦେବାଶିଷ ମାର୍ଣ୍ଡି, ବାରିପଦା ବନଖଣ୍ଡ ଅଧିକାରୀ ସ୍ଵୟମ ମଲ୍ଲିକ, ଅତିରିକ୍ତ ଜିଲ୍ଲାପାଳ ଗଂଗାଧର ନାୟକ, ଶୁଳିଅ।ପଦା ଥାନାଅଧିକାରୀ ସଞ୍ଜୟକୁମାର ପ୍ରଧାନଙ୍କ ସମେତ ବନବିଭାଗର କର୍ମଚାରୀ ଏବଂ ସ୍ଥାନୀୟ ଜନସାଧାରଣ ପ୍ରମୁଖ ଅଂଶଗ୍ରହଣ କରିଥିଲେ।


















