ଓଡ଼ିଶାଲାଇଭ୍‌ ବ୍ୟୁରୋ

ଖୋଲିଲା ବାଲିମେଳା ଜଳଭଣ୍ଡାରର ୨ଟି ଗେଟ୍। ଜିଲ୍ଲାପାଳ ମନିଷ ଅଗ୍ରୱାଲଙ୍କ ଉପସ୍ଥିତିରେ ଖୋଲାଗଲା ଗେଟ୍। ଦୁଇଟି ଗେଟ୍ ଦେଇ ୨୦ ହଜାର କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି। ଗେଟ୍ ଖୋଲିବା ଫଳରେ ସିଲେରୁ ନଦୀରେ ଜଳସ୍ତର ବଢିବାର ଆଶଙ୍କା ରହିଛି। ପୂର୍ବରୁ ୪ଟି ପଞ୍ଚାୟତକୁ ସତର୍କ ରହିବା ପାଇଁ ନିର୍ଦ୍ଦେଶ ଦେଇଥିଲା ଜିଲ୍ଲା ପ୍ରଶାସନ। ଡ୍ୟାମରେ ଜଳସ୍ତର ବୃଦ୍ଧି ହେବାରୁ ଗେଟ୍ ଖୋଲିବାକୁ ନିଷ୍ପତ୍ତି ନିଆଯାଇଥିଲା।

ମଙ୍ଗଳବାର ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଜଳସମ୍ପଦ ବିଭାଗ ଓ ପୂର୍ତ୍ତ ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତରେ ଏହି ନିଷ୍ପତ୍ତି ନିଆଯାଇଥିଲା। ଜନସାଧାରଣ ଏନେଇ କୌଣସି ପ୍ରକାର ଆତଙ୍କିତ ହେବାର ଆବଶ୍ୟକ ନାହିଁ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

ନଦୀରେ ଜଳସ୍ତର ବଢ଼ିବାର ଆଶଙ୍କା ଥିବାରୁ ଚିତ୍ରକୋଣ୍ଡା, ଦୋରାଗୁଡ଼ା, ଗୁଣ୍ଠାୱାଡ଼ା ଏବଂ ନୁଆଗୁଡ଼ା ପଞ୍ଚାୟତବାସୀଙ୍କୁ ସତର୍କ ରହିବା ପାଇଁ ପରାମର୍ଶ ଦିଆଯାଇଛି। ବାଲିମେଳା ଜଳଭଣ୍ଡାରର ଏଫ.ଆର.ଏଲ୍. (ଫୁଲ ରିଜର୍ଭଏର ଲେବେଲ୍) ୧୫୧୬ ଫୁଟ ଥିବା ବେଳେ ଏବେ ଜଳସ୍ତର ୧୫୧୧ଫୁଟ ରହିଛି। ମତ୍ସ୍ୟଜୀବୀମାନଙ୍କୁ ନଦୀ କିମ୍ବା ଡ୍ୟାମକୁ ଯିବା ଲାଗି ବାରଣ କରାଯାଇଛି।

Comment