ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ ବନ୍ୟା ପରିସ୍ଥିତି ସାମାନ୍ୟ ରହିଛି ବୋଲି ସୂଚନା ଦେଇଛନ୍ତି ସ୍ଵତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠୀ।

ମହାନଦୀ ଅବବାହିକାରେ ବନ୍ୟା ଆଶଙ୍କା ଉପୁଜିଛି। ଛତିଶଗଡରେ ବର୍ଷା ଲାଗି ରହିଥିବାରୁ ପ୍ରବଳ ବନ୍ୟା ଜଳ ହୀରାକୁଦ ଡ୍ୟାମ ଭିତରକୁ ପ୍ରବେଶ କରିବା ଆରମ୍ଭ କରିଛି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ହୀରାକୁଦ ଡ୍ୟାମ୍‌ ପୂରି ଉଠିବ।

ହୀରାକୁଦର ୨୫ଟି ଗେଟ୍‌ ଖୋଲାଯାଇଥିବାରୁ ବୁଧବାର ସକାଳ ସୁଦ୍ଧା ମହାନଦୀର ମୁଣ୍ଡଳିଠାରେ ୬ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେଉଛି। ଆସନ୍ତା ୩୦ ତାରିଖ ସୁଦ୍ଧା ସେଠାରେ ୮ ରୁ ୮.୫ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେବ।

ବୁଧବାର ସକାଳ ସୁଦ୍ଧା ଏହି ବନ୍ୟାଜଳ ମୁଣ୍ଡଳୀରେ ପ୍ରବାହିତ ହେଉଛି। ମୁଣ୍ଡଳୀ ଦେଇ ୮ ଲକ୍ଷ କ୍ୟୁସେକ୍‌ ଜଳ ପ୍ରବାହିତ ହେବ। ଏଥିଯୋଗୁଁ ମହାନଦୀ ଅବବାହିକାର ୧୪ଟି ଜିଲ୍ଲାରେ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି। ସମ୍ଭାବ୍ୟ ପରିସ୍ଥିତିର ମୁକାବିଲା ପାଇଁ ଏସବୁ ଜିଲାପାଳଙ୍କୁ ସତର୍କ କରାଯାଇଥିବା ଏସଆରସି ସୂଚନା ଦେଇଛନ୍ତି। ଏନ୍‌ଡିଆର୍‌ଏଫ୍, ଓଡ୍ରାଫ୍ ଓ ଅଗ୍ନିଶମ ବାହିନୀଙ୍କୁ ସଜାଗ କରାଯାଇଛି।

ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ମହାନଦୀ ଅବବାହିକାରେ ଥିବା ସମ୍ବଲପୁର, ଅନୁଗୋଳ, ବୌଦ୍ଧ, ସୁବର୍ଣ୍ଣପୁର, ନୟାଗଡ, କଟକ, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, ଯାଜପୁର,  ଖୋର୍ଦ୍ଧା,  ପୁରୀ ଆଦି ୧୧ ଜିଲାର ଜିଲାପାଳଙ୍କୁ ସତର୍କ ରହିବା ପାଇଁ  ନିର୍ଦ୍ଦେଶ ଦେଇଛନ୍ତି। ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ସମସ୍ତ ଆରଡିସି, ଆଇଜି(ଆଇନଶୃଙ୍ଖଳା), ଅଗ୍ନିଶମ ବିଭାଗ, ଓଡ୍ରାଫ ଏବଂ ଏନଡିଆରଏଫର ୩ୟ ବାଟାଲିୟନକୁ ମଧ୍ୟ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।

ହୀରାକୁଦର୨୫ଟି ଗେଟ ଖୋଲାଯାଇଥିବାରୁ ମହାନଦୀର ଉପନଦୀ ଓ ଏହାର ଶାଖାନଦୀରେ ବନ୍ୟା ପରିସ୍ଥିତି ଉପୁଜିବା ଆଶଙ୍କା ରହିଛି। ବନ୍ୟା ନିୟନ୍ତ୍ରଣ କକ୍ଷ ଗୁଡିକ ୨୪ଘଣ୍ଟିଆ ଖୋଲା ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।

Comment