ଓଡ଼ିଶାଲାଇଭ୍ ବ୍ୟୁରୋ

  • ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବାର ସମ୍ଭାବନା
  • ୧୮ଟି ଜିଲ୍ଲାକୁ ସତର୍କ ସୂଚନା ଜାରି
  • ଗୋଟିଏ ଦୁଇଟି ସ୍ଥାନରେ ଅତିପ୍ରବଳ ବର୍ଷ
  • ବାହାରିବାକୁ ନ ଯିବା ପାଇଁ ପରାମର୍ଶ  

ଉତ୍ତର ବଙ୍ଗୋପସାଗରରେ ପୁଣିଥରେ ସୃଷ୍ଟି ହୋଇଛି ଏକ ବଡ଼ ଧରଣର ଲଘୁଚାପ। ଯାହା ଧୀରେ ଧୀରେ କେନ୍ଦ୍ରୀଭୂତ ହେବାକୁ ଲାଗିଛି। ବିଶେଷ କରି ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହେଉଛି।

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ମୁତାବକ, ଆଜି ରାଜ୍ୟର ୧୮ଟି ଜିଲ୍ଲାରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ଖୁବ୍ ଅଧିକ ରହିଛି। ଏହାଛଡ଼ା ଗୋଟିଏ ଦୁଇଟି ସ୍ଥାନରେ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଖାସ୍‌କରି ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର, ମୟୂରଭଞ୍ଜ, କେନ୍ଦୁଝର, କଟକ, ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ଼, ଢେଙ୍କାନାଳ, ପୁରୀ, ଖୋର୍ଦ୍ଧା, କନ୍ଧମାଳ, ଗଜପତି ଓ ଗଞ୍ଜାମ ଆଦି ଜିଲ୍ଲାରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ କହିଛନ୍ତି।

ସେଥିପାଇଁ ସତର୍କ ରହିବାକୁ ୧୮ଟି ଜିଲ୍ଲାକୁ ସତର୍କବାଣୀ ଜାରି କରାଯାଇଛି। ଏହାବ୍ୟତୀତ ଜିଲ୍ଲାବାସିନ୍ଦାଙ୍କୁ ସତର୍କ କରାଇବା ସହ ସେହି ସମୟରେ ଘରୁ ନ ବାହାରିବାକୁ ପରାମର୍ଶ ମଧ୍ୟ ଦିଆଯାଇଛି। ଦିନକୁ ଦିନ ଲଘୁଚାପର ମାତ୍ରା ବଢ଼ିବାରେ ଲାଗିଛି। ଯାହାପାଇଁ ଅଧିକାଂଶ ନଦୀର ସ୍ତର ବଢ଼ିବାରେ ଲାଗିଛି। ପରବର୍ତ୍ତୀ ସମୟରେ ଏହା ବନ୍ୟାର ରୂପ ନେଇପାରେ ବୋଲି ଅନୁମାନ କରାଯାଉଛି।

Comment