ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାୟଗଡ଼ା ଜିଲ୍ଲା ଭାଲୁମସ୍କା ଷ୍ଟେସନ ନିକଟରେ ଏକ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇଛି। ଫଳରେ କୋରାପୁଟ-ରାୟଗଡ଼ା ମଧ୍ୟରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଲକ୍ଷ୍ମୀପୁରଠାରେ ହୀରାଖଣ୍ଡ ଏକ୍ସପ୍ରେସ୍ ଏବଂ ଟିକିରିଠାରେ କୋରାପୁଟ-ରାଉରକେଲା ଇଣ୍ଟରସିଟି ଅଟକି ରହିଛି।

ଦାମନଯୋଡ଼ି ନାଲ୍‌କୋ ପ୍ଲାଣ୍ଟରୁ ଆଲୁମିନା ଆଣି ଆସୁଥିବା ଏକ ମାଲବାହୀ ଟ୍ରେନର ଚକ ଟ୍ରାକରୁ ଖସିଯାଇଥିଲା। ଟ୍ରେନର ସମସ୍ତ ବଗି ଘୁଷୁରି ଘୁରି ୮ କିମି ଯାଏଁ ଚାଲିଥିଲା। ଶେଷରେ ଭାଲୁମସ୍କା ଷ୍ଟେସନ ନିକଟରେ ଟ୍ରେନଟି ଅଟକି ଥିଲା। ଖବରପାଇ ରେଳ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ମରାମତି କାମ କରୁଛନ୍ତି।

ଯାତ୍ରୀମାନଙ୍କ ପାଇଁ ଟିକିରି ଷ୍ଟେସନରେ ଖାଦ୍ୟ ଏବଂ ପାଣିର ବ୍ୟବସ୍ଥା କରାଯାଇଛି।

Comment