ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ରଧାନମନ୍ତ୍ରୀ ତାଳଚେରରେ ପହଞ୍ଚିବା ପରେ ସାର କାରଖାନାର ଶିଳାନ୍ୟାସ କରିଛନ୍ତି।

ଦିନିକିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଶନିବାର ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ସେ ତାଳଚେର ଗସ୍ତ କରିଥିଲେ। ସେଠାରେ ସେ ପହଞ୍ଚି ତାଳଚେର ଫର୍ଟିଲାଇଜର୍ସ ଲିମିଟେଡ୍‌(ସାର କାରଖାନା)ର ଶିଳାନ୍ୟାସ କରିଛନ୍ତି।

ଏହି ଆୟୋଜିତ କାର୍ଯ୍ୟକ୍ରମରେ ମୋଦିଙ୍କ ସମେତ ରାଜ୍ୟପାଳ ଗଣେଶି ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ, ଢେଙ୍କାନାଳ-ଅନୁଗୁଳ ଏମ୍‌ପି ତଥାଗତ ସତପଥୀ, ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ ପ୍ରମୁଖ ଅତିଥି ଭାବେ ଉପସ୍ଥିତ ଅଛନ୍ତି। ୨୦୨୨ସୁଦ୍ଧା ଏହି କାରଖାନା କାର୍ଯ୍ୟକ୍ଷମ ହେବ ବୋଲି ଲକ୍ଷ୍ୟ ରଖାଯାଇଛି।

ଏହାପରେ ପ୍ରଧାନମନ୍ତ୍ରୀ ଝାରସୁଗୁଡ଼ା ଯିବାର କାର୍ଯ୍ୟକ୍ରମ ରହିଛି। ସେଠାରେ ସେ ୨୧୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ଝାରସୁଗୁଡ଼ା ବିମାନ ବନ୍ଦରର ଉଦ୍‌ଘାଟନ କରିବେ। ଏହାପରେ ମୋଦି ଅମଲିପାଲିଠାରେ ଆୟୋଜିତ ବିଶାଳ ସମାବେଶରେ ଉଦ୍‌ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି।

Comment