ଓଡ଼ିଶାଲାଇଭ୍ ବ୍ୟୁରୋ

ପରକୀୟା ପ୍ରୀତି ଅପରାଧ ନୁହେଁ ବୋଲି ଗୁରୁବାର ରାୟ ଶୁଣାଇଲେ ସୁପ୍ରିମକୋର୍ଟ।

ସୁପ୍ରିମକୋର୍ଟ ଗୁରୁବାର ଆଉ ଏକ ଐତିହାସିକ ରାୟ ଶୁଣାଇଛନ୍ତି। ବର୍ତ୍ତମାନ ଦାମ୍ପତ୍ୟ ଜୀବନରେ ବ୍ୟଭିଚାର ଏକ ଅପରାଧ ନୁହେଁ। କିନ୍ତୁ ଏଥିପାଇଁ ଯଦି ସାଥୀ ଆତ୍ମହତ୍ୟା କରେ, ତେବେ ଆଇନ କାନୁନ ଲାଗୁ ହେବ ବୋଲି କହିଛନ୍ତି ସୁପ୍ରିମ୍‌କୋର୍ଟ।

ଏହାବ୍ୟତୀତ ୧୫୭ ବର୍ଷ ଧରି ଚାଳିଆସୁଥିବା ପୁରୁଣା ବ୍ୟଭିଚାର ଆଇନକୁ ଉଚ୍ଛେଦ କରିଛନ୍ତି ସୁପ୍ରିମକୋର୍ଟ।

ପରକୀୟା ପ୍ରୀତିକୁ ଅପରାଧ ବିବେଚନା କରାଯାଉଥିବା ଆଇପିସି ଧାରା ୪୯୭କୁ ଅସାମ୍ବିଧାନିକ ବୋଲି କହିଛନ୍ତି ଖଣ୍ଡପୀଠ। ଏହାସହ ମୁଖ୍ୟ ବିଚାରପତି କହିଛନ୍ତି, “ଚୀନ, ଜାପାନ ଓ ବ୍ରାଜିଲରେ ଏହା ଅପରାଧ ନୁହେଁ।“

ଧାରା ୪୯୭ ଅନୁଯାୟୀ, ମହିଳାଙ୍କୁ ସମାନ ଅଧିକାର ଦିଆଯାଇନାହିଁ। ଭାରତୀୟ ସମାଜରେ ମହିଳାଙ୍କ ସମ୍ମାନ ସବୁଠୁ ଉଚ୍ଚରେ ରହିଛି। ତେଣୁ ମହିଳାଙ୍କ ସହ ଖରାପ ବ୍ୟବହାର କଲେ ତାହା ଅସାମ୍ବିଧାନିକ।

ଅଗଷ୍ଟ ୯ତାରିଖରେ ଏହି ମାମଲାର ଶୁଣାଣି କରି ରାୟକୁ ସ୍ଥଗିତ ରଖିଥିଲେ ୫ ଜଣିଆ ଖଣ୍ଡପୀଠ। ହେଲେ ଗୁରୁବାର ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ଖଣ୍ଡପୀଠ ଏହି ମାମଲାର ନିଷ୍ପତ୍ତି ନେଇ କରିଛନ୍ତି ଯେ, ପରକୀୟା ପ୍ରୀତି ଏକ ଅପରାଧ ନୁହେଁ। ଏ ସମ୍ପର୍କିତ ଆଇନ ଅସାମ୍ବିଧାନିକ।

ଯଦି ପରକୀୟା ପ୍ରୀତି ପ୍ରମାଣିତ ହୁଏ, ତେବେ ଛାଡ଼ପତ୍ର ଦେଇପାରିବେ ବୋଲି କହିଛନ୍ତି ସୁପ୍ରିମକୋର୍ଟ।

Comment