ଓଡ଼ିଶାଲାଇଭ୍ ବ୍ୟୁରୋ

କେନ୍ଦ୍ର ସରକାର ପେଟ୍ରୋଲ, ଡିଜେଲ୍ ପରେ ଏବେ ସିଲିଣ୍ଡରର ଦରକୁ ବଢ଼ାଇଛନ୍ତି। ଅକ୍ଟୋବର ୧ ରୁ ଲାଗୁ ହେବ ଏହି ଦର।

କିଛିଦିନ ପୂର୍ବେ କେନ୍ଦ୍ର ସରକାର ତୈଳ ଦରକୁ ବୃଦ୍ଧି କରିଥିଲେ। ଯାହାଫଳରେ ସାଧାରଣ ଲୋକଙ୍କୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ହେଲେ ଏବେ ପେଟ୍ରୋଲ ଓ ଡିଜେଲ ପରେ ଘରୋଇ ଗ୍ୟାସ ଦରକୁ ମଧ୍ୟ ବଢ଼ାଯାଇଛି।

ଭାରତୀୟ ମୁଦ୍ରା ଦୁର୍ବଳ ହେବାରୁ ସରକାର ଘରେ ବ୍ୟବହୃତ ହେଉଥିବା ସିଏନଜି ଏବଂ ପିଏନଜି ଭଳି ଘରୋଇ ଗ୍ୟାସର ଦରକୁ ପୁନଶ୍ଚ ବଢ଼ାଇବାକୁ ଘୋଷଣା କରିଛନ୍ତି।

ଅପରପକ୍ଷେ ୟୁରିଆ ଏବଂ ବିଜୁଳି ଉତ୍ପାଦନରେ ମଧ୍ୟ ଦରଦାମ୍ ବୃଦ୍ଧି ହେବ। ଏହାସହ ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳଦର ବୃଦ୍ଧି ହେବା ଏବଂ ଟଙ୍କାରେ ଆସୁଥିବା ଦୁର୍ବଳତାକୁ ନେଇ କମ୍ପାନୀ ତରଫରୁ ଦରକୁ ବଢ଼ାଇବାକୁ ନେଇ ଚାପ ରହୁଛି।

ଏପରିସ୍ଥଳେ ଅକ୍ଟୋବର ୧ ତାରିଖରୁ ଉପଭୋକ୍ତାଙ୍କୁ ଗାଡ଼ି ତଥା ଘରୋଇ ପ୍ରୟୋଗ ପାଇଁ ବ୍ୟବହୃତ ହେଉଥିବା ଗ୍ୟାସ୍ ଦର ଅଧିକ ଦେବାକୁ ପଡ଼ିପାରେ।

ଦିନକୁ ଦିନ ଘରୋଇ ଗ୍ୟାସର ବର୍ଦ୍ଧିତ ଦରର ପ୍ରଭାବ ସିଏନଜି ଏବଂ ପିଏନଜି ଦର ଉପରେ ପଡ଼ିବ। ଏହାବ୍ୟତୀତ ଉତ୍ପାଦ କରରେ କୌଣସି ଛାଡ଼ ହେବନାହିଁ ବୋଲି ସ୍ପଷ୍ଟ କରିଦେଇଛନ୍ତି କେନ୍ଦ୍ର ସରକାର।

Comment