ଓଡ଼ିଶାଲାଇଭ୍ ବ୍ୟୁରୋ

ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇକୁ ପାଳନ କଲେ ଲଣ୍ଡନର ଏନ୍‌ଆର୍‌ଓ ସଂଘ।

ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇକୁ ଲଣ୍ଡନରେ ଧୁମ୍‌ଧାମରେ ପାଳନ କରିଛନ୍ତି ପ୍ରବାସୀ ଓଡ଼ିଆ। ସମ୍ବଲପୁରୀ ଲୋକନୃତ୍ୟ ଏବଂ ଗୀତରେ ଝୁମି ନୂଆଁଖାଇ ପାଳନ କରିଥିଲେ ଲଣ୍ଡନରେ ବସବାସ କରୁଥିବା ଓଡ଼ିଆ। ଏହାକୁ ଆୟୋଜନ କରିଥିଲେ ୟୁକେର ଉତ୍ତର ଲଣ୍ଡନସ୍ଥିତ ସାଉଥ୍ ରୁଇସ୍ଲିପ୍ କମ୍ୟୁନିଟି ସେଣ୍ଟରର ସଦସ୍ୟମାନେ।

ଏହି କାର୍ଯ୍ୟକ୍ରମରେ ପାଖାପାଖି ୨୦୦ଜଣ ପ୍ରବାସୀ ଓଡ଼ିଆ ସୁନ୍ଦର ସମ୍ବଲପୁରୀ ପୋଷାକ ପରିଧାନ କରି ଏହି ଉତ୍ସବରେ ଅଂଶଗ୍ରହଣ କରିଥିଲେ। ଏହାଛଡ଼ା ସମ୍ବଲପୁରୀ ଲୋକନୃତ୍ୟ ଏବଂ ଗୀତରେ ଝୁମି ଉଠିଥିଲେ ୟୁକେର ପ୍ରବାସୀ ଓଡ଼ିଆ।

ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଡାକ୍ତର ମଧୁ କୁନ୍ଦୁ ଏବଂ ଭାରତୀୟ ହାଇ କମିଶନର ସଚିବ ସୌମେନ୍ଦ୍ର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହାପରେ ମା’ ସମଲେଇଙ୍କ ପାଖରେ ପ୍ରଦୀପ ପ୍ରଜ୍ଜ୍ବଳନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିବାସହ ସମସ୍ତଙ୍କର ହିତ କାମନା ମଧ୍ୟ କରିଥିଲେ।

ଏହାପରେ ସମ୍ବଲପୁରୀ ନୃତ୍ୟ ଓ ମା’ ସମଲେଇଙ୍କ ଗୀତରେ ଝୁମିଥିଲେ ୟୁକେରେ ବାସ କରୁଥିବା ଓଡ଼ିଆ। ଏହାବ୍ୟତୀତ ରୀନା ମେହେରଙ୍କ ନେତ୍ୱତରେ ମହିଳାମାନଙ୍କର ଏକ ଗ୍ରୁଫ୍ ସମ୍ବଲପୁରର ପ୍ରସିଦ୍ଧ ରଙ୍ଗବତୀ ଗୀତରେ ନୃତ୍ୟ ପରିବେଷଣ କରିଥିଲେ। ଏହା ଥିଲା ଏହି କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ।

ଏହି କାର୍ଯ୍ୟକ୍ରମରେ ୟୁକେରେ ବାସ କରୁଥିବା ଅନେକ ପ୍ରବାସୀ ଓଡ଼ିଶା ଏବଂ ଛୋଟ ଛୋଟ ପିଲାମାନେ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମରେ ଛୋଟ ଛୋଟ ପିଲାଙ୍କ ଦ୍ୱାରା ଫ୍ୟାନ୍ସି ଡ୍ରେସ୍ ପ୍ରତିଯୋଗିତା ମଧ୍ୟ ଆୟୋଜନ କରାଯାଇଥିଲା। ଏହାବ୍ୟତୀତ କାର୍ଯ୍ୟକ୍ରମରେ ବରିଷ୍ଠ ସଦସ୍ୟଙ୍କ ଦ୍ୱାରା ମଜାଳିଆ ନୃତ୍ୟ ପରିବେଷଣ ମଧ୍ୟ କରାଯାଇଥିଲା।

Comment