ଓଡ଼ିଶାଲାଇଭ୍ ବ୍ୟୁରୋ

  • ବଢ଼ିଲା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ପରିଧି
  • ୧ କୋଟିରୁ ଅଧିକ ଲୋକ ଏହି ଯୋଜନାରୁ ହେଲେଣି ଉପକୃତ
  • ରାଜ୍ୟ ବାହାରେ ଥିବା ଓଡ଼ିଆ ମଧ୍ୟ ପାଇ ପାରିବେ ସୁବିଧା

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର କାର୍ଯ୍ୟକାରିତା ଉପରେ ସମୀକ୍ଷା କରିଥିଲେ। ଶନିବାର ସଚିବାଳୟରେ ମୁଖ୍ୟମନ୍ତ୍ରୀ ଏହାର ଘୋଷଣା କରିଛନ୍ତି।

ରାଜ୍ୟ ଏବଂ ରାଜ୍ୟ ବାହାରେ ରହୁଥିବା ପ୍ରବାସୀ ଓଡ଼ିଆ ପାଇପାରିବେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସୁବିଧା। ଗତ ଦୁଇମାସ ଭିତରେ ଏକ କୋଟିରୁ ଅଧିକ ଲୋକ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଲାଭ ଉଠାଇ ପାରିଛନ୍ତି।

ଏଣିକି ବାର୍ଷିକ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ରାଶିଥିବା ପରିବାର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସୁବିଧା ଉଠାଇପାରିବେ ।

ମୁଖ୍ୟତଃ କ୍ୟାନ୍ସର, ହୃଦ୍‌ରୋଗ ଏବଂ କିଡ଼ନୀ ରୋଗ ଚିକତ୍ସା ସେବା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ମାଧ୍ୟମରେ ଯୋଗାଇ ଦିଆଯିବ। ଏହି ଚିକିତ୍ସା ପାଇଁ ହିତାଧିକାରୀଙ୍କ ପାରିବାରିକ ଆୟର ସୀମା ବାର୍ଷିକ ୧ ଲକ୍ଷ ଟଙ୍କାରୁ ୩ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି।

ଏହା କେବଳ ରାଜ୍ୟ ନୁହେଁ, ରାଜ୍ୟ ବାହାରେ ଥିବା ଓଡ଼ିଆ ଲୋକମାନେ ମଧ୍ୟ ଏହାର ଲାଭ ଉଠାଇ ପାରିବେ। ତେବେ ରାଜ୍ୟ ବାହାରେ ଥିବା କେନ୍ଦ୍ରୀୟ ହସ୍ପିଟାଲଗୁଡ଼ିକରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ହିତାଧିକାରୀଙ୍କୁ ଚିକିତ୍ସାସେବା ଯୋଗାଇବା ପାଇଁ ବ୍ୟବସ୍ଥା କରାଯାଇଛି। “ଏଥିପାଇଁ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ରାଜ୍ୟ ସରକାର ଚିକିତ୍ସା ଟଙ୍କା ଜମା କରିବେ”, କହିଛନ୍ତି ମୁଖ୍ୟମନ୍ତ୍ରୀ।

“ଦେଶରେ ଥିବା ସମସ୍ତ ପ୍ରମୁଖ ହସ୍ପିଟାଲ, ମୁମ୍ବାଇର ଟାଟା ମେମୋରିଆଲ୍ ହସ୍ପିଟାଲ, ସିଏମସି ଭେଲ୍ଲୋର, ନାରାୟଣ ହୃଦାଳୟ ଭଳି ପ୍ରତିଷ୍ଠିତ ହସ୍ପିଟାଲରେ ମଧ୍ୟ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ପଞ୍ଜିକୃତ ଥିବା ହିତାଧିକାରୀମାନେ ଏହାର ଲାଭ ଉଠାଇ ପାରିବେ,” କହିଛନ୍ତି ମୁଖ୍ୟମନ୍ତ୍ରୀ ।

ରାଜ୍ୟ ବାହାରକୁ ଚିକିତ୍ସା ପାଇଁ ଗଲେ ରୋଗୀମାନଙ୍କୁ ୨ ହଜାର ଟଙ୍କାର ଯାତାୟାତ ଖର୍ଚ୍ଚ ମିଳିବ।

 

 

 

LEAVE A REPLY

Please enter your comment!
Please enter your name here