ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦୂରଦର୍ଶନର ନ୍ୟୁଜ କ୍ୟାମେରାମ୍ୟାନଙ୍କୁ ନକ୍ସଲ ଗୁଳି କରି ହତ୍ୟା କରିଥିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ମଙ୍ଗଳବାର ଛତିଶଗଡ଼ ଦାନ୍ତେୱାଡାରେ ଦୂରଦର୍ଶନ ଟିମକୁ ଆକ୍ରମଣ କରିଛନ୍ତି ନକ୍ସଲ।

ଏଥିରେ ଦୂରଦର୍ଶନର ଜଣେ କ୍ୟାମେରାମ୍ୟାନଙ୍କ ମୃତ୍ୟୁ ହୋଇଛି। ମୃତ କ୍ୟାମେରାମ୍ୟାନ ହେଲେ ଓଡ଼ିଶାର ଅଚ୍ୟୁତାନନ୍ଦ ସାହୁ।

ମୃତକଙ୍କ ସାଙ୍ଗ ସଞ୍ଜୟଙ୍କ କହିବା ଅନୁସାରେ, ସେ ଛତିଶଗଡ଼କୁ ନିର୍ବାଚନ ଖବର ସଂଗ୍ରହ କରିବାକୁ ଯାଇଥିଲେ। ଏହି ଘଟଣାରେ ୨ ପୋଲିସ କର୍ମଚାରୀ ମଧ୍ୟ ସହିଦ ହୋଇଛନ୍ତି।

Comment