ଓଡ଼ିଶାଲାଇଭ୍ ବ୍ୟୁରୋ
ସ୍ୱଳ୍ପ ବୃଷ୍ଟି ଯୋଗୁଁ ୯ ଜିଲ୍ଲାରେ ଦେଖାଦେଇଛି ମରୁଡ଼ି।
ରାଜ୍ୟ ସରକାର ୯ଟି ଜିଲ୍ଲାକୁ ମରୁଡ଼ି ଘୋଷଣା କରିଛନ୍ତି। ଯେଉଁ ଜିଲ୍ଲାଗୁଡ଼ିକରେ ମୋଟ ୩୩ ପ୍ରତିଶତ ଫସଲ ନଷ୍ଟ ହୋଇଛି ସେହି ଜିଲ୍ଲାକୁ ରାଜ୍ୟ ସରକାର ମରୁଡ଼ିପ୍ରବଣ ଭାବେ ଚିହ୍ନଟ କରିଛନ୍ତି।
ବରଗଡ଼, ବଲାଙ୍ଗିର, ଦେବଗଡ଼, ଝାରସୁଗୁଡ଼ା, କଳାହାଣ୍ଡି, ନବରଙ୍ଗପୁର, ନୂଆପଡ଼ା, ସମ୍ବଲପୁର ଏବଂ ସୁନ୍ଦରଗଡ଼ ଜିଲ୍ଲାକୁ ମରୁଡ଼ିପ୍ରବଣ ଜିଲ୍ଲା ଭାବେ ଘୋଷଣା କରାଯାଇଛି। ଏହି ୯ଟି ଜିଲ୍ଲାର ୬୬ଟି ବ୍ଲକର ୫ ହଜାର ୬୬୩ ଗାଁକୁ ମରୁଡ଼ି ଘୋଷଣା କରାଯାଇଛି।
୨ ଲକ୍ଷ ୩୩ ହଜାର ୧୭୩ ହେକ୍ଟର ଜମିରେ ମରୁଡ଼ି ହୋଇଛି। ମରୁଡ଼ିପ୍ରବଣ ଜିଲ୍ଲାକୁ ରିଲିଫ୍ ସହାୟତା ଦେବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସ୍ୱଳ୍ପ ବୃଷ୍ଟି ଯୋଗୁଁ ମରୁଡ଼ି ଦେଖାଦେଇଛି।
ବଲାଙ୍ଗିର ଜିଲ୍ଲାର ମୁରିବାହାଲ, ଲୋଇସିଂହା, ବେଲବଡ଼ା ଏବଂ ସୁନ୍ଦରଗଡ଼ ସଦର, ଟାଙ୍ଗରପାଲ୍ଲି ବ୍ଲକରେ ବ୍ୟାପକ ଫସଲହାନି ହୋଇଛି।
ରାଜ୍ୟରେ ସ୍ୱଳ୍ପ ବୃଷ୍ଟି ଯୋଗୁଁ ଖରିଫ୍ ଫସଲ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଯାଇଥିଲା। ବ୍ଲକ ଅଧିକାରୀ ଏବଂ କୃଷି ଅଧିକାରୀ ତୃଣମୂଳସ୍ତରକୁ ଯାଇ ରିପୋର୍ଟ ସଂଗ୍ରହ କରିଥିଲେ।








ସ୍ୱଳ୍ପ ବୃଷ୍ଟି ଯୋଗୁଁ ୯ ଜିଲ୍ଲାରେ ଦେଖାଦେଇଛି ମରୁଡ଼ି।









