ଓଡ଼ିଶାଲାଇଭ୍ ବ୍ୟୁରୋ

ଦେବଗଡ଼ ଥାନା ବୁଢ଼ିବିଲ ଗ୍ରାମ ନିକଟରେ ବାଇକ୍‌ ଦୁର୍ଘଟଣାର ଜଣେ ଇ˚ଜିନିୟରିଂ ଛାତ୍ରଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି।

ଦେବଗଡ଼ ଥାନା ବୁଢ଼ିବିଲ ଗ୍ରାମ ନିକଟରେ ଏକ ଅଭାବନୀୟ ଘଟଣା ଘଟିଛି। ଗୁରୁବାର ରାତି ପ୍ରାୟ ୯ଟା ୪୫ରେ ସେଠାରେ ଏକ ବାଇକ ଦୁର୍ଘଟଣାରେ ହୋଇଥିଲା। ବାଇକ ଦୁର୍ଘଟଣା ଫଳରେ ଜଣେ ଛାତ୍ରଙ୍କର ମୃତ୍ୟୁ ହୋଇ ଥିବାବେଳେ ଅନ୍ୟ ଜଣେ ଛାତ୍ର ଗୁରୁତର ଭାବେ ଆହତ ହୋଇଥିବା ଜଣାପଡ଼ିଛି।

ଅନୁଗୁଳର ଏକ କଲେଜରେ ଇ˚ଜିନିୟରିଂ ପଢ଼ୁଥିବା ପୌରାଞ୍ଚଳର ପଣ୍ତାସାହିର ଦେବଦତ୍ତ ନନ୍ଦ ପୁଅ କୁମାର ସୌରଭ ନନ୍ଦ(୨୨)ଙ୍କୁ ଦେବଗଡ଼ ଡାକ୍ତରଖାନାରେ ମୃତ ଘୋଷଣା କରାଯାଇଛି। ତାଙ୍କ ସହ ଥିବା ଖପରସାହିର ଝସକେତନ ନାଥ ପୁଅ ଅଭୟ ନାଥ(୨୨)ଙ୍କୁ ବୁର୍ଲା ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି।

ପରିବାର ଲୋକଙ୍କ ଅନୁସାରେ, ଉଭୟେ କଲେଜର ଫର୍ମ ଫିଲପ ସାରି ବାଇକ ଯୋଗ ଦେବଗଡ଼ ଫେରୁଥିଲେ। ଦେବଗଡ଼ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

Comment