ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା କଳା, ସଂସ୍କୃତି ଓ ଐତିହ୍ୟ ବିଷୟରେ ଅଧିକ ଜାଣିବା ପାଇଁ “ମେକ୍ ଇନ୍ ଓଡ଼ିଶା”ରେ ଅଂଶଗ୍ରହଣ ପାଇଁ ଆସିଥିବା ସଦସ୍ୟମାନେ ସଂଗ୍ରହାଳୟ ବୁଲି ଦେଖିଛନ୍ତି। ସଦସ୍ୟମାନଙ୍କୁ ୨ଟି ଦଳରେ ଭାଗ କରି କଳାଭୂମିକୁ ଭ୍ରମଣ ପାଇଁ ନିଆଯାଇଥିଲା।

ଓଡ଼ିଶାର ହସ୍ତତନ୍ତ ଓ ହସ୍ତଶିଳ୍ପର କାରିଗରୀ ଚମତ୍କାର କରିଥିବା ଅନେକ ସ୍ୱୀକାର କରିଥିଲେ। ଏଥିସହ ସେମାନଙ୍କୁ ହସ୍ତତନ୍ତ ଓ ହସ୍ତଶିଳ୍ପ ସମ୍ବନ୍ଧୀୟ ସୂଚନା ପୁସ୍ତିକା ଓ ଗାଇଡ୍ ମ୍ୟାପ୍ ମଧ୍ୟ ପ୍ରଦାନ କରାଯାଇଥିଲା।

ପ୍ରତି ଗ୍ୟାଲେରିରେ କ୍ୟୁରେଟର୍ ନିୟୋଜିତ ହୋଇଥିଲେ। ଏଥିସହ ସେଠାରେ ଟେରାକୋଟା କର୍ମଶାଳା ଏବଂ ବାଦ୍ୟ ସଂଗୀତ ପରିବେଷଣ କରାଯାଇଥିଲା। ସେହିପରି ସିଆର୍‌ପି ଛକ ନିକଟରେ ଥିବା ଜନଜାତି ସଂଗ୍ରହାଳୟକୁ ମଧ୍ୟ ଏକ ଗ୍ରୁପ୍ ବୁଲିବାକୁ ଯାଇଥିଲେ।

ରାଜଧାନୀର ଜନତା ମୈଦାନରେ ଅନୁଷ୍ଠିତ ହେଉଥିବା ଏହି ଶିଳ୍ପ ସମ୍ମିଳନୀ ଓଡ଼ିଶାର ଶିଳ୍ପ କ୍ଷେତ୍ରରେ ଏକ ବଡ଼ ପରିବର୍ତ୍ତନ ଆଣିବ ବୋଲି ଚର୍ଚ୍ଚା ହେଉଛି। ଦେଶର ସବୁଠାରୁ ବଡ଼ ଶିଳ୍ପପତିଙ୍କ ସମେତ ବିଦେଶର ଶିଳ୍ପପତିମାନେ ମଧ୍ୟ ଏହି ସମ୍ମିଳନୀରେ ଯୋଗ ଦେଉଛନ୍ତି।

ପ୍ରାୟ ଅଢ଼େଇ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ନେଇ ଆଶା ରଖିଛନ୍ତି ରାଜ୍ୟ ସରକାର। ଖଣିଜ ଶିଳ୍ପକୁ ବାଦ ଦେଇ ଅନ୍ୟକ୍ଷେତ୍ରରେ ପୁଞ୍ଜିନିବେଶ ପାଇଁ ଓଡ଼ିଶା ସରକାର ସବୁଠାର ବଡ଼ ଉଦ୍ୟମ ହେଉଛି ମେକ୍‌ ଇନ୍‌ ଓଡ଼ିଶାର ଚଳିତ ସଂସ୍କରଣ।

ରିଲାଏନ୍ସ, ଟାଟା, ଜିନ୍ଦଲ, ବିର୍ଲା ଭଳି ବଡ଼ ବଡ଼ ଶିଳ୍ପ ସଂସ୍ଥା ଓଡ଼ିଶାରେ ପ୍ରକଳ୍ପ କରିବା ସମ୍ଭାବନା ରହିଛି। ଶିଳ୍ପ ସମ୍ମିଳନୀ ସମୟରେ ସେମାନେ ଏନେଇ ଘୋଷଣା କରିପାରନ୍ତି।

୫ ଦିନ ଧରି ଚାଲିବାକୁ ଥିବା ଏହି ମେଗା ଇନଭେଷ୍ଟର୍ସ ମିଟ୍‌କୁ ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଓଡ଼ିଶାରେ ଶିଳ୍ପ କ୍ଷେତ୍ରରେ ବ୍ୟାପକ ପୁଞ୍ଜିନିବେଶ ଲକ୍ଷ୍ୟ ନେଇ ଆରମ୍ଭ ହୋଇଛି ମେକ୍ ଇନ୍ ଓଡ଼ିଶା କନକ୍ଲେଭ।

ଅତିଥିମାନଙ୍କୁ ସମ୍ବୋଧନ କରି ନବୀନ କହିଛନ୍ତି, “ସେ ନୂଆ ଓଡ଼ିଶାକୁ ସମସ୍ତଙ୍କୁ ସ୍ୱାଗତ କରୁଛନ୍ତି।” ଏହି ଶିଳ୍ପ ସମ୍ମିଳନୀକୁ ଭବିଷ୍ୟତ ପିଢିଙ୍କ ପାଇଁ ଉତ୍ସର୍ଗ କରି ନବୀନ କହିଥିଲେ, “ସ୍ମାର୍ଟ ସିଟି ଚ୍ୟାଲେଞ୍ଜ କ୍ଷେତ୍ରରେ ଏବଂ ସବୁଠାରୁ ଅଧିକ ସଂଖ୍ୟାରେ ଗରିବ ସୀମାରେଖାରୁ ଲୋକଙ୍କୁ ବାହାର କରିବା କ୍ଷେତ୍ରରେ ଓଡ଼ିଶା ବେଶ୍ ଆଗରେ ରହିଛି।”

Comment