ଓଡ଼ିଶାଲାଇଭ୍‌ ବ୍ୟୁରୋ

କେନ୍ଦ୍ରାପଡ଼ା ଜିଲ୍ଲା ଫୁଟବଲ ଆସୋସିଏସନ ପକ୍ଷରୁ ଅନୁଷ୍ଠିତ ହେବାକୁ ଯାଉଛି କେନ୍ଦ୍ରାପଡା ଫୁଟବଲ୍ ଲିଗ୍। ଜିଲ୍ଲା ତଥା ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୧୮ଟି ପ୍ରମୁଖ ଫୁଟବଲ୍ ଟିମ୍ ଏହି ଲିଗ୍‌ରେ ଅଂଶ ଗ୍ରହଣ କରିବେ। ଆସନ୍ତା ୨୩ ତାରିଖରୁ ଏହି ଲିଗ ମ୍ୟାଚ ଆରମ୍ଭ ହେବ।

ଫୁଟବଲ୍ ଲିଗ୍ ପାଇଁ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହରେ ଏକ ବିଶାଳ ଟ୍ରଫିକୁ ଜିଲ୍ଲାପାଳ ଦାଶରଥୀ ଶତପଥୀ ଉଦଘାଟନ କରିଛନ୍ତି।

ପୂର୍ବରୁ ସାରା ରାଜ୍ୟରେ କେନ୍ଦ୍ରାପଡ଼ାର ଫୁଟବଲ ଟିମଗୁଡିକର ନାଁ ରହିଥିଲା। ଏହି ଜିଲ୍ଲାର ବହୁ ପୁରୁଖା ଫୁଟବଲ ଖେଳାଳି ରାଜ୍ୟରେ ସୁନାମ ଅର୍ଜନ କରିଥିଲେ। ମାତ୍ର ତାହା ଏବେ ମଳିନ ପଡ଼ି ଆସୁଛି। ଏହାକୁ ପୁନର୍ଜୀବୀତ କରିବା ପାଇଁ ଆରମ୍ଭ ହେଉଛି କେନ୍ଦ୍ରାପଡ଼ା ଫୁଟବଲ ଲିଗ୍।

କେନ୍ଦ୍ରାପଡ଼ା ଜିଲ୍ଲାର ବହୁ ଯୁବ ଖେଳାଳିମାନେ କେନ୍ଦ୍ରାପଡ଼ା ଫୁଟବଲ ଆସୋସିଏସନ ଗଠନ କରି  ଜିଲ୍ଲାର ପୁରୁଣା ଐତିହ୍ୟକୁ ଫେରାଇ ଆଣିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି।

Comment