ଓଡ଼ିଶାଲାଇଭ୍ ବ୍ୟୁରୋ

ନିର୍ବାଚନ ଯେତିକି ପାଖେଇ ଆସୁଛି, ରାଜନୀତି ସେତିକି ସରଗରମ ହେଉଛି। ଗୋଟିଏ ଗୋଟିଏ ଭୋଟ୍ ହାତେଇବା ପାଇଁ ରାଜନେତାମାନେ ନୂଆ ତରିକା ଆପଣାଉଛନ୍ତି। କିଏ ବାସନ ମାଜିଲାଣି ତ ପୁଣି କିଏ ବାଟରେ ଯାଉଥିବା ଲୋକଙ୍କ ଗୋଡ଼ ଧରିଲାଣି। ଏଭଳି କିଛି ଆଶ୍ଚର୍ଯ୍ୟକର ଚିତ୍ର ସାମ୍ନାକୁ ଆସିଛି।

ମଧ୍ୟପ୍ରଦେଶ ଇନ୍ଦୋରରେ ନିର୍ବାଚନ ମାହୋଲ ପୂରା ସରଗରମ ରହିଛି। ଭୋଟ ହାତେଇବା ପାଇଁ ନେତାମାନେ ପୂରା ଦମ୍ ଲଗେଇ ଦେଇଛନ୍ତି। ଏହି ଫଟୋ ହେଉଛି ଇନ୍ଦୋରର। ସନୱେର ସିଟରୁ ବିଜେପି ପ୍ରାର୍ଥୀ ରାଜେଶ ସୋନକର ଜଣେ ମହିଳା ଭୋଟରଙ୍କ ଘରେ ପଶି ବାସନ ମାଜୁଛନ୍ତି। ମହିଳାଜଣକ ବାରମ୍ବାର ମନା କରିବା ପରେ ବି ସେ ଅଟକି ନଥିଲେ। ଆଉ ସବୁ ଯାକ ବାସନ ମାଜି ସଫା କରି ଦେଇଥିଲେ।

ଖାଲି ସେତିକି ନୁହେଁ, ଭୋଟରକୁ ମନାଇବା ପାଇଁ ଆଉ ଜଣେ ନେତା ଭୋଟରଙ୍କ ଗୋଡ଼ ବି ଧରିବାକୁ ବି ପଛେଇ ନଥିଲେ। ଏହି ଫଟୋଟି ମଧ୍ୟପ୍ରଦେଶର ଗୁନାର। ଗୁନାରେ ଜଣେ ନିର୍ବାଚନ ପ୍ରାର୍ଥୀ ନିଜର ଏକ ବଡ଼ ପଟୁଆର ଧରି ପ୍ରଚାର ପାଇଁ ରାସ୍ତାକୁ ଓହ୍ଲାଇଥିଲେ। ଏହି ସମୟରେ ସେ ବାଟରେ ଯିଏ ବି ଯାଉଥିଲା ତାର ଗୋଡ଼ ଧରି ପକାଉଥିଲେ। ଖାଲି ସେତିକି ନୁହେଁ, ଯେପର୍ଯ୍ୟନ୍ତ ବାଟୋଇଜଣଙ୍କ ଆଶୀର୍ବାଦ ଦେଇନଥିଲେ ସେପର୍ଯ୍ୟନ୍ତ ଗୋଡ଼ ଛାଡ଼ୁ ନଥିଲେ।

ଏହି ଫଟୋଟି ହେଉଛି ରାଜସ୍ଥାନ ଭଦ୍ରାର। ବହୁଜନ ସମାଜ ପାର୍ଟିର ପ୍ରାର୍ଥୀ ମହନ୍ତ ରୁପନାଥ ନିଜ ନାମାଙ୍କନ ଦାଖଲ କରିବା ପାଇଁ ହାତୀ ପିଠିରେ ବସି ପହଞ୍ଚିଥିଲେ। ମହନ୍ତ ପ୍ରଥମେ ବିଜେପିରୁ ଟିକେଟ ମାଗୁଥିଲେ। ହେଲେ ଟିକେଟ ନମିଳିବା କାରଣରୁ ସେ ବହୁଜନ ସମାଜବାଦୀ ପାର୍ଟିରେ ସାମିଲ ହୋଇଥିଲେ। ତେବେ ତାଙ୍କୁ ପାର୍ଟି ତରଫରୁ ଭାଦ୍ରା ସିଟରୁ ଲଢ଼ିବାକୁ ଟିକେଟ ମିଳିଥିଲା।

Comment