ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭୁବନେଶ୍ୱର ଅବକାରୀ ବିଭାଗ ଓ କଟକ ଫ୍ଲାଇଙ୍ଗ ସ୍କ୍ୱାର୍ଡ ତରଫରୁ ବୁଧବାର ନୟାପଲ୍ଲୀ ଥାନା ଅଧୀନରେ ଥିବା ସାଲିଆସାହି ମହାବୀର ନଗର ଓ ଖଣ୍ଡଗିରି ଥାନା ଅନ୍ତର୍ଗତ ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ ଚଢ଼ାଉ କରାଯାଇଛି।

ଏହି ଚଢ଼ାଉ ସମୟରେ ୨ ଜଣ ବ୍ରାଉନ୍‌ସୁଗାର ବ୍ୟବସାୟୀଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ମହାବୀର ନଗରରେ ରହୁଥିବା ପ୍ରଶାନ୍ତ ମହାପାତ୍ର ଓ ବରମୁଣ୍ଡା ଅଞ୍ଚଳର ସୌମ୍ୟରଞ୍ଜନ ସାହୁ।

ସେମାନଙ୍କଠାରୁ ୨୭ ଗ୍ରାମ୍‌ ବ୍ରାଉନ୍‌ସୁଗାର, ୨୮ ହଜାର ଟଙ୍କା ଓ ଏକ ସ୍କୁଟି ଜବତ କରାଯାଇଛି। ଜବତ କରାଯାଇଥିବା ବ୍ରାଉନ୍‌ସୁଗାରର ମୂଲ୍ୟ ପ୍ରାୟ ଅଢ଼େଇ ଲକ୍ଷ ଟଙ୍କା ହେବ ବୋଲି ଅବକାରୀ ବିଭାଗ ତରଫରୁ କୁହାଯାଇଛି।

Comment