ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭୁବନେଶ୍ୱରର ଚନ୍ଦ୍ରଶେଖରପୁରସ୍ଥିତ ଇଏସ୍ଆଇ ହସ୍ପିଟାଲରେ ଅନୁଷ୍ଠିତ ହୋଇଯାଇଛି ମେଗା ରକ୍ତଦାନ ଶିବିର। ଏହି ରକ୍ତ ଦାନ ଶିବିର ଓଡ଼ିଶା ଇଏସ୍ଆଇ ଇନ୍ସିଓର୍ଡ ପର୍ସନ୍ ଆସୋସିଏସନର ପକ୍ଷରୁ ଆୟୋଜିତ ହୋଇଥିଲା।

ଏହି ରକ୍ତଦାନ ଶିବିରରେ ଶ୍ରମିକଙ୍କଠାରୁ ଆରମ୍ଭ କରି ଅଫିସରଙ୍କ ପର୍ଯ୍ୟନ୍ତ ସମସ୍ତେ ଯୋଗ ଦେଇଥିଲେ। ଏହି ରକ୍ତଦାନ ଶିବିରରେ ଶ୍ରମିକମାନଙ୍କ ସହିତ ଅନେକ ପ୍ରଶାସକ ଓ ଡାକ୍ତରମାନେ ରକ୍ତ ଦେଇଛନ୍ତି । ରେଡ କ୍ରସ ସହାୟତାରେ ୧୧୦ ୟୁନିଟ୍ ରକ୍ତକୁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲକୁ ପଠାଇ ଦିଆଯାଇଛି।

ଡାକ୍ତର ଦିଲ୍ଲିପ ସାହୁ, ଅଭୟ କୁମାର ଶତପଥୀ, ନିରଞ୍ଜନ ନାୟକ, ଶୁଶାନ୍ତ କୁମାର କର, ପ୍ରଶାନ୍ତ କୁମାର କର, ଶିକ୍ଷକ ନେତା ସୁଶାନ୍ତ ମହାନ୍ତିଙ୍କ ସମେତ ବହୁ ମହିଳା ମଧ୍ୟ ରକ୍ତଦାନରେ ସାମିଲ ହୋଇଥିଲେ।

ବିଶିଷ୍ଟ ସମାଜ ସେବୀ ପ୍ରମିଳା ମୁଦୁଲି ଏହି ରକ୍ତଦାନ ଶିବିରର ସଂଯୋଜନା କରିଥିଲେ।

LEAVE A REPLY

Please enter your comment!
Please enter your name here