ଓଡ଼ିଶାଲାଇଭ୍ ବ୍ୟୁରୋ

ଖୋର୍ଦ୍ଧା ଜିଲ୍ଲା ପୋଲିସ ପକ୍ଷରୁ ଶନିବାର ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା। ଏହି ଶିବିରରେ ଖୋର୍ଦ୍ଧା ଜିଲ୍ଲାର ପୋଲିସମାନେ ଯୋଗ ଦେଇ ସ୍ୱଚ୍ଛାକୃତ ଭାବେ ରକ୍ତଦାନ କରିଛନ୍ତି। ଏଥିରେ ମୋଟ୍ ୧୦୨ ୟୁନିଟରୁ ଅଧିକ ରକ୍ତ ସଂଗ୍ରହ କରାଯାଇଛି।

ଶନିବାର ସକାଳ ୧୦ଟା ସମୟରେ ଏହି ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା। ଏଥିରେ ଜିଲ୍ଲା ପୋଲିସର ବିଭିନ୍ନ ଅଫିସର, କନେଷ୍ଟବଳ, ଆଇଟିବିପି ଯବାନ, ଆଇଆରବି ଯବାନମାନେ ଯୋଗ ଦେଇ ରକ୍ତଦାନ କରିଥିଲେ। ଏହାସହ ଏହି ରକ୍ତଦାନ ଶିବିରରେ ସାଧାରଣ ଜନତାମାନେ ଯୋଗଦେଇ ରକ୍ତଦାନ କରିଥିଲେ।ଖୋର୍ଦ୍ଧା ଜିଲ୍ଲା ପୋଲିସ ପକ୍ଷରୁ ଆୟୋଜିତ ଏହି ରକ୍ତଦାନ ଶିବିରରେ ଖୋର୍ଦ୍ଧା ବିଧାୟକ ଜ୍ୟୋତିନ୍ଦ୍ର ନାଥ ମିତ୍ର, ବେଗୁନିଆ ବିଧାୟକ ରାଜେନ୍ଦ୍ର ସାହୁ, ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ପ୍ରମୁଖ ଯୋଗଦେଇଥିଲେ। ଏହାସହ ଜିଲ୍ଲାର ଜିଲ୍ଲାପାଳ, ଏସପି ଓ ବରିଷ୍ଠ ପୋଲିସ ଅଧିକାରୀମାନେ ଉପସ୍ଥିତ ରହିଥିଲେ।

ଏହି ରକ୍ତଦାନ ଶିବିରରେ ୧୦୦ୟୁନିଟରୁ ଅଧିକ ରକ୍ତ ସଂଗ୍ରହ ହୋଇଥିବା କାରଣରୁ ବ୍ଲଡ୍ ବ୍ୟାଙ୍କ ତରଫରୁ ଏସପିଙ୍କୁ ବ୍ଲଡ୍ ବ୍ୟାଙ୍କ ତରଫରୁ ଏକ ଉପହାର ମଧ୍ୟ ପ୍ରଦାନ କରାଯାଇଛି।

Comment