ଓଡ଼ିଶାଲାଇଭ୍ ବ୍ୟୁରୋ

‘ଓଡ଼ିଶା ମୋ ପରିବାର’ ପକ୍ଷରୁ ଜୀବନ ବିନ୍ଦୁ ରକ୍ତଦାନ ଶିବିର ଆଜିଠୁ ଆରମ୍ଭ ହେଉଛି। ଏହା ଆଜିଠାରୁ ଅଗଷ୍ଟ ୧୫ ଯାଏଁ ଚାଲିବ। ରାଜ୍ୟର ୩୨ ଟି ସ୍ଥାନରେ ରକ୍ତଦାନ ଶିବିର ହେବ।

ସପ୍ତାହେ ମଧ୍ୟରେ ପ୍ରାୟ ୧୦ ହଜାର ୟୁନିଟ ରକ୍ତ ସଂଗ୍ରହର ଲକ୍ଷ୍ୟ ରଖାଯାଇଛି। କୋଭିଡ ନିୟମମାନ ଲୋକେ ରକ୍ତଦାନ କରିବେ।

ପ୍ରତି ଜିଲ୍ଲାର ବିଧାୟକ, ସାଂସଦ, ଜନପ୍ରତିନିଧି, ସ୍ୱେଚ୍ଛାସେବୀ, ମହିଳା ସଂଗଠନ ଏହି ରକ୍ତଦାନ ଅଭିଯାନରେ ସାମିଲ ହେବେ। କୋଭିଡ ସମୟରେ ଏହି ରକ୍ତ ଅନେକଙ୍କ ଜୀବନ ବଞ୍ଚାଇବାରେ ସହାୟକ ହେବ।

Comment