ଓଡ଼ିଶାଲାଇଭ୍‌ ବ୍ୟୁରୋ

ଏଣିକି ଦୁବାଇ ଯାତ୍ରା ଆହୁରି ସହଜ ହୋଇଯିବ। ଦୁବାଇ-ମୁମ୍ବାଇ ମଧ୍ୟରେ ପାଣି ତଳେ ଟ୍ରେନ୍ ଚାଲିବା ପାଇଁ ଯୋଜନା ଚାଲିଛି। ଏହି ଅଣ୍ଡରୱାଟର ରେଳ ଯୋଜନା ଫଳରେ ଯାତ୍ରୀଙ୍କୁ ସୁବିଧା ମିଳିବା ସହିତ ଉଭୟ ଦେଶ ମଧ୍ୟରେ ବାଣିଜ୍ୟ କାରବାର ମଧ୍ୟ ବଢିବ।

ଆବୁଧାବିରେ ୟୁଏଇ-ଇଣ୍ଡିଆ କନକ୍ଲେଭ ସମୟରେ ନ୍ୟାସନାଲ ଆଡଭାଇଜର ବ୍ୟୁରୋ ଲିମିଟେଡର ମ୍ୟାନେଜିଙ୍ଗ ଡାଇରେକ୍ଟର ଓ ଚିଫ୍ କନସଣ୍ଚେଣ୍ଚ ଅବଦୁଲା ଅଲସେହି ଏହାର ଖୁଲାସା କରିଛନ୍ତି।

ବର୍ତ୍ତମାନ ୟୁଏଇ ଭବିଷ୍ୟତରେ ଭାରତ ସହିତ ସୁସମ୍ପର୍କ ରକ୍ଷା କରିବା ଲକ୍ଷ୍ୟ ନେଇ ଏହି ମହତ୍ତ୍ୱପୂର୍ଣ୍ଣ ପ୍ରୋଜେକ୍ଟ ଉପରେ ବିଚାର କରୁଛି। ଯଦି ଯୋଜନା ଅନୁସାରେ କାର୍ଯ୍ୟ କରାଯିବ ତେବେ ଭବିଷ୍ୟତରେ ଆପଣ ଟ୍ରେନରେ ଏବଂ ସମୁଦ୍ର ଭିତରେ ଏହି ଆନ୍ତର୍ଜାତୀୟ ଯାତ୍ରାର ଆନନ୍ଦ ନେଇପାରିବେ।

ଭାରତରୁ ଦୁବାଇ ମଧ୍ୟଦେଇ ରେଳ ନେଟୱର୍କ ପ୍ରାୟ ୨୦୦୦ କିଲୋମିଟରର ହେବ। ତେବେ ବର୍ତ୍ତମାନ ପାଇଁ ଏହା ଉପରେ ଆଲୋଚନା ଚାଲିଛି।

Comment