ଓଡ଼ିଶାଲାଇଭ୍‌ ବ୍ୟୁରୋ

ଖୋର୍ଦ୍ଧା ଆସୁଛନ୍ତି ପ୍ରଧାନମନ୍ତ୍ରୀ। ଡିସେମ୍ବର ୨୪ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନରେନ୍ଦ୍ର ମୋଦି ଖୋର୍ଦ୍ଧାରେ ହେବାକୁ ଥିବା ବିଶାଳ ସମାବେଶରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

ଏନେଇ ସୂଚନା ଦେଇଛନ୍ତି ବିଜେପିର ରାଜ୍ୟ ପ୍ରଭାରୀ ଅରୁଣ ସିଂ।

ଏହା ପୂର୍ବରୁ ଝାରସୁଗୁଡ଼ା ଏୟାରପୋର୍ଟ ଲୋକାର୍ପଣ କରିବା ସହ ଏମ୍‌ସିଏଲ୍‌ର ନୂଆ ରେଳ ଲାଇନ୍‌କୁ ଲୋକାର୍ପଣ କରିବା ପାଇଁ ଚଳିତବର୍ଷ ସେପ୍ଟେମ୍ବର ୨୨ରେ ଆସିଥିଲେ ମୋଦି। ମେ ମାସ ୨୬ରେ ମୋଦି କଟକ ବାଲିଯାତ୍ରା ପଡ଼ିଆରେ ଉଦ୍‌ବୋଧନ ମଧ୍ୟ ଦେଇଥିଲେ।

ଡିସେମ୍ବର ୨୪ରେ ମୋଦିଙ୍କ ଓଡ଼ିଶା ଗସ୍ତକୁ ନେଇ ବିଜେପି ଶିବିର ଚଳଚଞ୍ଚଳ ହୋଇଯାଇଛି।

Comment