ଓଡ଼ିଶାଲାଇଭ୍‌ ବ୍ୟୁରୋ

ଟେଲିକମ୍ ସେକ୍ଟରରେ ଜିଓକୁ ଟକ୍କର ଦେବା ପାଇଁ ଗୁଗୁଲ ୫୦୦ ଟଙ୍କିଆ ଫୋନ୍ ଲଞ୍ଚ କରିଛି।  ଗୁଗୁଲର ଏହି ଫିଚର ଫୋନର ନାଁ ୱିଜ୍‌ଫୋନ ଡବ୍ଲ୍ୟୁପି୦୦୬।

ଗୁଗୁଲର ଏହି ଫୋନରେ କାଇ ଅପରେଟିଂ ସିଷ୍ଟମ ଦିଆଯାଇଛି। ଏଥିରେ ଜିଓ ଫୋନ୍ ଭଳି ଫେସବୁକ୍, ହ୍ୱାଟ୍ସଆପ ଓ ୟ୍ୟୁଟ୍ୟୁବ୍ ଆଦି ଚଲାଇହେବ। ଏଥିରେ ୨.୪ ଇଞ୍ଚର ଡିସପ୍ଲେ ମିଳିବ। ଫୋନରେ ୧୮୦୦ ଏମଏଏଚର ବ୍ୟାଟେରୀ ଅଛି। ଏହା ବ୍ୟତୀତ ଫୋନରେ ୨ ମେଗାପିକ୍ସେଲ ରିୟର ଓ ୨ ମେଗାପିକ୍ସେଲ ଫ୍ରଣ୍ଟ କ୍ୟାମେରା ମିଳିବ।

ଗୁଗୁଲ ନିଜର ଏହି ଫୋନକୁ ଇଣ୍ଡୋନେସିଆରେ ଲଞ୍ଚ କରିଛି। ତେବେ ଭାରତରେ କେବେ ଳଞ୍ଚ ହେବ ତାହା ସ୍ପଷ୍ଟ ହୋଇନି। ଏହି ଫୋନର ମୂଲ୍ୟ ୫୦୦ଟଙ୍କା ରହିଛି। ଫୋନରେ ଗୁଗୁଲ ଆସିଷ୍ଟାଣ୍ଟ ମଧ୍ୟ ସପୋର୍ଟ ଦିଆଯାଇଛି।

Comment