ଓଡ଼ିଶାଲାଇଭ୍ ବ୍ୟୁରୋ

ମହିଳାଙ୍କ ସ୍ଥାନ ସଂରକ୍ଷଣ ପ୍ରସଙ୍ଗରେ ରାହୁଲ ଗାନ୍ଧିଙ୍କ ସମର୍ଥନରେ ଖୁସି ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ।

ସଂସଦ ଓ ବିଧାନସଭାରେ ମହିଳାଙ୍କ ପାଇଁ ସ୍ଥାନ ସଂରକ୍ଷଣ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ସାଥ ଦେଇଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି। ରାହୁଲଙ୍କ ଏହି ସମର୍ଥନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୁସି ପ୍ରକଟ କରିଛନ୍ତି।

“ଅନ୍ୟ ଦଳ ବି ଏହି ମହିଳା ସଂରକ୍ଷଣ ପ୍ରସଙ୍ଗକୁ ସମର୍ଥନ କରନ୍ତୁ”, କହିଛନ୍ତି ନବୀନ।

ମହିଳାଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ପ୍ରସଙ୍ଗରେ ସମସ୍ତ ଦଳର ସମର୍ଥନ ଲୋଡ଼ିଥିଲେ ନବୀନ। ତାଙ୍କୁ ସମର୍ଥନ କରିବାକୁ ଯାଇ ରାହୁଲ କଂଗ୍ରେସ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ଚିଠି ଲେଖିଥିଲେ। ଏଥିସହ କଂଗ୍ରେସ ସହ ମେଣ୍ଟ କରିଥିବା ମୁଖ୍ୟମନ୍ତ୍ରୀଙ୍କୁ ବି ଚିଠି ଲେଖିଥିଲେ ରାହୁଲ।

ନିଜ ନିଜ ରାଜ୍ୟର ବିଧାନସଭାରେ ଏସମ୍ପର୍କରେ ସଂକଳ୍ପ ଗ୍ରହଣ କରିବା ଲାଗି ମଧ୍ୟ ସେ କହିଥିଲେ।

ପୂର୍ବରୁ ଏ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ମୁଖ୍ୟମନ୍ତ୍ରୀ।

Comment