ଓଡ଼ିଶାଲାଇଭ୍ ବ୍ୟୁରୋ

କଂଗ୍ରେସ ଦାୟିତ୍ଵ ଭାର ସମ୍ଭାଳିବାରେ ରାହୁଲଙ୍କୁ ପୂରିଲା ଏକ ବର୍ଷ। ୫ ରାଜ୍ୟର ନିର୍ବାଚନ ଫଳାଫଳ ରାହୁଲଙ୍କ ପାଇଁ ହେବ ଉପହାର।

କଂଗ୍ରେସ ଅଧ୍ୟକ୍ଷ ଭାବରେ ରାହୁଲ ଗାନ୍ଧିଙ୍କୁ ଏକ ବର୍ଷ ହୋଇଛି। ରାହୁଲ ୨୦୧୭, ଡିସେମ୍ବର ୧୧ ରେ ସେ କଂଗ୍ରେସ ଅଧ୍ୟକ୍ଷ ଭାବରେ ଦାୟିତ୍ଵ ତୁଲାଇଥିଲେ।

କଂଗ୍ରେସର ୬୦ତମ ଅଧ୍ୟକ୍ଷ ଭାବେ ଦାୟିତ୍ଵ ନେଇଥିଲେ। ଡିସେମ୍ବର ୧୧ରେ ସେ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ ହେଁ ଡିସେମ୍ବର ୧୬ରେ ତାଙ୍କୁ ଅଧ୍ୟକ୍ଷ ଘୋଷଣା କରାଯାଇଥିଲା।

ଏହି ଅବସରରେ ରାହୁଲଙ୍କୁ ଖୁସି ଖବର ମିଳିପାରେ। ୫ ରାଜ୍ୟରେ ଚାଲିଥିବା ଭୋଟ ଗଣତିରେ କଂଗ୍ରେସ ବାଜିମାତ କରିବ ବୋଲି ଅନୁମାନ କରାଯାଉଛି। ଯଦି କଂଗ୍ରେସ ବାଜିମାତ କରିନିଏ ତେବେ ଏହା ରାହୁଲଙ୍କ ପାଇଁ ଉପହାର ହେବ।

ମଧ୍ୟପ୍ରଦେଶ, ରାଜସ୍ଥାନ, ତେଲେଙ୍ଗାନା, ମିଜୋରାମ ଏବଂ ଛତିଶଗଡ଼ ବିଧାନସଭା ନିର୍ବାଚନ ଭୋଟ ଗଣତି ଚାଲିଛି।  ୫ଟି ରାଜ୍ୟରୁ ମଧ୍ୟପ୍ରଦେଶ, ଛତିଶଗଡ଼, ରାଜସ୍ଥାନରେ  କଂଗ୍ରେସ ଆଗୁଆ ରହିଛି।

ଏଥର ଏହି ରାଜ୍ୟରେ କଂଗ୍ରେସ ଶାସନ କରିବ ବୋଲି ଅନୁମାନ କରାଯାଉଛି। ମଧ୍ୟପ୍ରଦେଶ, ଛତିଶଗଡ଼ରେ ୧୫ ବର୍ଷ ହେଲା ବିଜେପିର ଶାସନ ଥିଲା। ଏଥର କଂଗ୍ରେସ ବାଜିମାତ କରିବ ବୋଲି ଆଶା କରାଯାଉଛି ।

୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ ଏହି ପାଞ୍ଚ ରାଜ୍ୟର ବିଧାନସଭା ନିର୍ବାଚନକୁ ସେମିପାଇନାଲ ବୋଲି କୁହାଯାଉଛି। ଏହି ନିର୍ବାଚନର ଫଳାଫଳ ଆଗାମୀ ଲୋକସଭା ନିର୍ବାଚନରେ ଗରୁତ୍ଵପୂର୍ଣ୍ଣ ଭୂମିକା ବହନ କରିବ।

Comment