ଓଡ଼ିଶାଲାଇଭ୍‌ ବ୍ୟୁରୋ

ମଧ୍ୟପ୍ରଦେଶ, ଛତିଶଗଡ଼, ରାଜସ୍ଥାନ, ତେଲେଙ୍ଗାନା ଓ ମିଜୋରାମରେ ହୋଇଥିବା ବିଧାନସଭା ନିର୍ବାଚନର ଭୋଟ୍‌ ଗଣତି ଆରମ୍ଭ ହୋଇଯାଇଛି।

ଚାଲିଛି ୫ଟି ରାଜ୍ୟର ଭୋଟ୍‌ ଗଣତି। କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ମଙ୍ଗଳବାର ସକାଳ ୮ଟା ୫ରେ ରାଜ୍ୟର ଭୋଟ୍‌ ଗଣତି ପ୍ରକ୍ରିୟା ଆରମ୍ଭ ହୋଇଛି। ମଧ୍ୟପ୍ରଦେଶ, ଛତିଶଗଡ଼, ରାଜସ୍ଥାନ, ତେଲେଙ୍ଗାନା ଓ ମିଜୋରାମରେ ହୋଇଥିବା ବିଧାନସଭା ନିର୍ବାଚନର ଭୋଟ୍‌ ଗଣତି ଚାଲିଛି।

ରାଜସ୍ଥାନରେ ବିଜେପିକୁ ପଛରେ ପକାଇ କଂଗ୍ରେସ ଆଗୁଆ ରହିଛି।

ଅନ୍ୟପକ୍ଷରେ ଛତିଶଗଡ଼ରେ ବିଜେପି ଓ କଂଗ୍ରେସ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଛି। ଅନ୍ୟପଟେ ମିଜୋରାମରେ କଂଗ୍ରେସ ଓ ଏମ୍‌ଏନ୍‌ଏଫ୍‌ ଖାତା ଖୋଲିଥିଲେ ମଧ୍ୟ ବିଜେପି ଏବେ ସୁଦ୍ଧା ଖାତା ଖୋଲି ନାହିଁ।

୨୦୧୯ ନିର୍ବାଚନ ପୂର୍ବରୁ ଏହି ୫ ରାଜ୍ୟର ଫଳାଫଳକୁ ସେମି ଫାଇନାଲ୍‌ ବୋଲି କୁହାଯାଉଛି। ତେବେ ମଧ୍ୟପ୍ରଦେଶ ଓ ଛତିଶଗଡ଼ ଉପରେ ସବୁଠୁ ଅଧିକ ଫୋକସ୍ ରହିଛି।

Comment