ଓଡ଼ିଶାଲାଇଭ ପଲିଟିକାଲ ବ୍ୟୁରୋ

ବରିଷ୍ଠ କଂଗ୍ରେସ ନେତା ତଥା ଝାରସୁଗୁଡ଼ା ବିଧାୟକ ନବ ଦାସଙ୍କୁ ନେଇ ଯେଉଁ କଳ୍ପନା ଜଳ୍ପନା ଲାଗି ରହିଥିଲା ତାହାର ପୂର୍ଣ୍ଣଛେଦ ପକାଇଛନ୍ତି ଖୋଦ ନବଦାସ। ଶନିବାର ନବଦାସ ଏକ ପ୍ରେସ ରିଲିଜ ମାଧ୍ୟମରେ ଏ ନେଇ ସ୍ପଷ୍ଟ କରିଛନ୍ତି। ସେ ପ୍ରେସ ରିଲିଜରେ ଲେଖିଛନ୍ତି , “ଗତକିଛି ଦିନ ହେବ ବିଭିନ୍ନ ଗଣମାଧ୍ୟମରେ ମୋ ବାବଦରେ ଅନେକ କିଛି କୁହାଯାଉଛି। ଏମିତିକି ମୁଁ ଅନ୍ୟ ଦଳରେ ମିଶିବା ଚର୍ଚ୍ଚା ମଧ୍ୟ ହେଉଛି। ମାତ୍ର ମୁଁ କଂଗ୍ରେସ ଛାଡ଼ିବାର ପ୍ରଶ୍ନ ଉଠୁନାହିଁ। ଛାତ୍ରଜୀବନରୁ କଂଗ୍ରେସ ସହ ଅଛି ଏବଂ ଆଗକୁ ମଧ୍ୟ ରହିବି”।

ଏହା ସହିତ ନବ ଦାସ ଆହୁରି ଲେଖିଛନ୍ତି,”ଛାତ୍ର ଜୀବନରୁ ଦଳ ସହ ଅଛି ଦଳର ଉଥାନ, ପତନ, ନୀତି, ଆଦର୍ଶ ସହ ମୁଁ ଅନୁପ୍ରାଣିତ। ମୁଁ ଏବେ ରାଜ୍ୟ କଂଗ୍ରେସର କାର୍ଯ୍ୟକାରୀ ସଭାପତିଭାବେ ମନୋନୀତ ହୋଇଛି। ଦଳ ତରଫରୁ ଯେଉଁ ଦାୟିତ୍ୱ ମିଳିଥାଏ ମୁଁ ନିଷ୍ଠାର ସହ ପାଳନ କରିଛି ଆଉ  ଆଗକୁ ମଧ୍ୟ ଏହି ଦାୟିତ୍ୱ ନିଷ୍ଠାର ସହ ନିଭାଇବି”। ଯେଉଁମାନେ ମୁଁ ବିଜେଡ଼ିରେ ମିଶିବା ନେଇ ଚର୍ଚ୍ଚା କରୁଛନ୍ତି ସେମିତି ନକରିବାକୁ  ସେ କହିଛନ୍ତି।

Comment