ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ୱରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ। ବିମାନବନ୍ଦରରେ ମୋଦିଙ୍କୁ ଦିଆଗଲା ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା।

ଭୁବନେଶ୍ୱରରେ ମୋଦି। ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ଓଡ଼ିଶାରେ ପହଞ୍ଚିଛନ୍ତି ମୋଦି। ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ରାଜ୍ୟପାଳ ଗଣେଶୀ ଲାଲ୍‌, କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ, ଅର୍ଥମନ୍ତ୍ରୀ ଶଶୀ ଭୂଷଣ ବେହେରା ସ୍ୱାଗତ କରିଥିଲେ।

ଏହାସହ ବିଜେପିର ଅନ୍ୟ ନେତାମାନେ ଉପସ୍ଥିତ ରହି ମୋଦିଙ୍କୁ ସ୍ୱାଗତ କରିଥିଲେ। ଏହାପରେ ପ୍ରଧାନମନ୍ତ୍ରୀ ସିଧାସଳଖ ଆଇଆଇଟି କ୍ୟାମ୍ପସ୍‌କୁ ଗସ୍ତ କରିଛନ୍ତି। ବିମାନବନ୍ଦରରୁ ଆଇଆଇଟି ଯିବା ରାସ୍ତା ଏକ ପ୍ରକାର ଗେରୁଆମୟ ହୋଇଯାଇଥିଲା। ମୋଦିଙ୍କୁ ଦେଖିବା ପାଇଁ ଆଇଆଇଟିରେ ପ୍ରଶଂସକଙ୍କ ଭିଡ଼ ଲାଗି ରହିଛି। ଅନ୍ୟପକ୍ଷରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

Comment