ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅଟଳ ବିହାରୀ ବାଜପେୟୀଙ୍କୁ ସମ୍ମାନ ଦେବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାରି କଲେ ୧୦୦ ଟଙ୍କିଆ ସ୍ମାରକୀ ମୁଦ୍ରା।

ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ୯୪ତମ ଜନ୍ମଜୟନ୍ତୀର ଗୋଟେ ଦିନ ପୂର୍ବରୁ ତାଙ୍କ ସମ୍ମାନ ତଥା ସ୍ମୃତିରେ ୧୦୦ ଟଙ୍କିଆ ସ୍ମାରକୀ ମୁଦ୍ରାର ଉନ୍ମୋଚନ କରିଛନ୍ତି ନରେନ୍ଦ୍ର ମୋଦି।

ମୁଦ୍ରାର ଗୋଟେ ପାଶ୍ୱରେ ଅଶୋକ ସ୍ତମ୍ଭ ଥିବାବେଳେ ମଝିରେ ଦେବନଗରୀ ଲିପିରେ ସତ୍ୟମେବ ଜୟତେ ଲିଖିତ ରହିଛି।

ତେବେ ମୁଦ୍ରାର ଅନ୍ୟ ପାଶ୍ୱରେ ବାଜପେୟୀଙ୍କ ଫଟୋ ରହିଥିବା ବେଳେ ଦେବନଗରୀ ଲିପିରେ ତାଙ୍କ ନାମ ବି ରହିଛି। ଏହି ମୁଦ୍ରାର ଓଜନ ୩୫ ଗ୍ରାମ ରହିଛି। ଏହାସହ ମୁଦ୍ରାର ଗୋଟେ ପଟେ ଭାରତ ଓ ଅନ୍ୟପଟେ ଇଂରାଜୀରେ ଇଣ୍ଡିଆ ରହିବ। ଅଶୋକ ସ୍ତମ୍ଭ ତଳେ ମୁଦ୍ରାର ସଙ୍କେତ ଓ ୧୦୦ ଟଙ୍କା ଲେଖାଯିବ।

ଏହି ଅବସରରେ ମୋଦି କହିଛନ୍ତି, “ମୋ ମନ ମାନୁ ନାହିଁ କି ବାଜପେୟୀ ଆଉ ଆମ ଗହଣରେ ନାହାନ୍ତି। ବାଜପେୟୀ ଆମ ହୃଦୟରେ ପୂରା୫୦ ବର୍ଷ ରାଜ କରିଥିଲେ ଓ ଆଗକୁ ମଧ୍ୟ କରିବେ।”

Comment