ଓଡ଼ିଶାଲାଇଭ୍‌ ବ୍ୟୁରୋ

ଶ୍ରୀରାମ ଜନ୍ମଭୂମି-ବାବ୍ରି ମସଜିଦ୍ ମାମଲାରେ ଶୁଣାଣି ଆସନ୍ତା ଜାନୁଆରୀ ୪ତାରିଖରୁ ଆରମ୍ଭ କରିବେ ସୁପ୍ରିମକୋର୍ଟ। ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହାର ଶୁଣାଣି କରିବେ।

୨୦୧୮ ସେପ୍ଟେମ୍ବର ୨୭ରେ ଅଯୋଧ୍ୟା ଜମି ବିବାଦ ମାମଲାରେ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଥିଲେ। ଏ ନେଇ ୧୯୯୪ରେ ସୁପ୍ରିମକୋର୍ଟ ଯେଉଁ ରାୟ ଦେଇଥିଲେ ତାହା ପରେ ଏ ନେଇ ଆଉ ବିଚାର କରାଯିବ ନାହିଁ ବୋଲି ଖଣ୍ଡପୀଠ କହିଥିଲେ। ଏହା ସହିତ ଏହି ମାମଲାକୁ ବୃହତ ବା ୫ଜଣିଆ ଖଣ୍ଡପୀଠଙ୍କ ନିକଟକୁ ପଠାଯିବାର ଆବଶ୍ୟକତା ନଥିବା ସୁପ୍ରିମକୋର୍ଟ କହିଥିଲେ।

ବିଜେପି ସବୁବେଳେ ଦାବି କରୁଛି ଯେ ସୁପ୍ରିମକୋର୍ଟ ଏହି ପ୍ରସଙ୍ଗର ଶୁଣାଣି ଶୀଘ୍ର ଶେଷ କରନ୍ତୁ। ହିନ୍ଦୁ ସଂଗଠନ ମଧ୍ୟ ସବୁବେଳେ ଦାବି କରୁଛି ଯେ ବିବାଦର ସମାଧାନ ଶୀଘ୍ର ହେଉ ଓ ରାମ ମନ୍ଦିର ନିର୍ମାଣ ପ୍ରକ୍ରିୟାକୁ ଶେଷ କରାଯାଉ।

Comment