ଓଡ଼ିଶାଲାଇଭ୍‌ ବ୍ୟୁରୋ

ସରକାରଙ୍କ ସ୍ପେଶାଲ ଇନିସିଏଟିଭର ମୁଖ୍ୟ ପରାମର୍ଶଦାତା ଭାବେ ନିଯୁକ୍ତ ହେଲେ ଆର୍ ବାଲକ୍ରିଷ୍ଣନ।

ଉନ୍ନୟନ କମିଶନର ଭାବେ ଗତ ମାସରେ ଅବସର ନେଇଥିବା ଓଡ଼ିଶା କ୍ୟାଡର ଆଇଏଏସ୍ ଅଫିସର ଆର୍ ବାଲକ୍ରିଷ୍ଣନଙ୍କୁ ନୂଆ ନିଯୁକ୍ତି ମିଳିଛି। ରାଜ୍ୟ ସରକାରଙ୍କ ସ୍ପେଶାଲ ଇନିସିଏଟିଭର ମୁଖ୍ୟ ପରାମର୍ଶଦାତା ଭାବେ ତାଙ୍କୁ ନିଯୁକ୍ତି ଦିଆଯାଇଛି।

ବାଲକ୍ରିଷ୍ଣନ ରାଜ୍ୟ ସରକାରଙ୍କ ମୁଖ୍ୟ ସଚିବ ପାହ୍ୟାର ଅଫିସର ଭାବେ କାର୍ଯ୍ୟ କରିବେ। କୌଣସି ଦରମା ନନେଇ ସେ ଏହି ଦାୟିତ୍ୱ ତୁଲାଇବେ। ରାଜ୍ୟ ସରକାର ତାଙ୍କୁ ଆବଶ୍ୟକୀୟ ସୁବିଧା ସୁଯୋଗ ଯୋଗାଇ ଦେବେ।

ସ୍ପେଶାଲ ଡେଭଲପମେଣ୍ଟ କାଉନସିଲ୍, ଓଡ଼ିଆ ବିଶ୍ୱବିଦ୍ୟାଳୟ, ଓଡ଼ିଆ ଭର୍ଚୁଆଲ ଏକାଡେମୀ, ଐତିହ୍ୟ କ୍ୟାବିନେଟ, ଟ୍ରାଇବାଲ୍ ମ୍ୟୁଜିୟମ, କ୍ରାଫ୍ଟ ମ୍ୟୁଜିୟମର ଉନ୍ନୟନ କାର୍ଯ୍ୟକୁ ତଦାରଖ କରିବେ ବାଲକ୍ରିଷ୍ଣନ। ୧୯୮୪ ବ୍ୟାଚର ଏହି ଆଇଏଏସ୍ ଅଫିସର ସରକାରଙ୍କ ମୁଖ୍ୟ ପରାମର୍ଶଦାତା ଭାବେ ନିଯୁକ୍ତି ପାଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ସେ ସିଧାସଳଖ ରିପୋର୍ଟ କରିବେ।

Comment