ଓଡ଼ିଶାଲାଇଭ୍‌ ବ୍ୟୁରୋ

ସେନା ପ୍ରମୁଖ ଜେନେରାଲ ବିପିନ ରାୱତ କହିଛନ୍ତି  ଭାରତୀୟ ସେନା ସୀମାରେ କଠିନ ପରିସ୍ଥିତିର ସାମ୍ନା କରୁଛି। ଏହା ସହିତ ଶ୍ରୀ ରାୱତ କହିଛନ୍ତି ସୀମାରେ ଭାରତ ଆଗରେ ଅନେକ ଚ୍ୟାଲେଞ୍ଜ ଅଛି। ଦେଶର କ୍ଷେତ୍ରୀୟ ଅଖଣ୍ଡତା ଓ ସ୍ଥିରତା ପାଇଁ ବିପଦ ଅଛି। ସେନା ପ୍ରମୁଖ ନୂଆବର୍ଷର ଶୁଭେଛା ଜଣାଇବା ସହିତ ସୈନିକଙ୍କୁ ବାର୍ତ୍ତା ଦେଇ କହିଛନ୍ତି,” ସୀମାରେ ଚ୍ୟାଲେଞ୍ଜକୁ ସାମ୍ନା କରିବା, ଆତଙ୍କବାଦ ବିରୋଧରେ ଲଢିବାରେ ସୈନିକଙ୍କ ସାହାସ, ପ୍ରତିବଦ୍ଧତା ଓ ବଳିଦାନକୁ ପ୍ରଶଂସା କରୁଛି।‘’

ରାୱତ ଚୀନ ଓ ଭାରତ ମଧ୍ୟରେ ପାଖାପାଖି ୪ହଜାର କିଲୋମିଟର ସୀମା ଓ ଜାମ୍ମୁ- କାଶ୍ମୀର ନିୟନ୍ତ୍ରଣ ରେଖାରେ ଶାନ୍ତି ବଜାୟ ରଖିବା ପ୍ରସଙ୍ଗରେ କିଛି ଉଲ୍ଲେଖ କରିନାହାନ୍ତି। ସେନା ପ୍ରମୁଖ କହିଛନ୍ତି,”କ୍ଷେତ୍ରୀୟ ଅଖଣ୍ଡତାକୁ ବଜାଇ ରଖିବା ଲାଗି ଆମ ସୈନିକ ମାନେ ସବୁବେଳେ ସାହାସ,ପ୍ରତିବଦ୍ଧତା ଓ ବଳିଦାନ ଦେଇଆସିଛନ୍ତି।”

ଭାରତୀୟ ସେନା ସବୁବେଳେ ଜାମ୍ମୁ-କାଶ୍ମୀର ନିୟନ୍ତ୍ରଣ ରେଖାରେ ହେଉଥିବା ଅସ୍ତ୍ରବିରତି ଉଲଘଂନର କଡ଼ା ଜବାବ ଦେଇ ଆସୁଛନ୍ତି। ଗତ ବର୍ଷ ଚୀନସହ ହୋଇଥିବା ଡୋକଲାମ ବିବାଦ ପରେ ଭାରତ ପକ୍ଷରୁ ଚୀନସହ ଲାଗିଥିବା ସୀମାଉପରେ ଅଧିକ ନଜର ରଖାଯାଇଛି।

ଦେଶ ଆଗରେ ଥିବା ଚ୍ୟାଲେଞ୍ଜକୁ ଦୃଢ଼ ଇଛାଶକ୍ତି ମାଧ୍ୟମରେ ସାମ୍ନା କରିବାକୁ ସେନା ପ୍ରମୁଖ କହିଛନ୍ତି। ଜେନେରାଲ ରା ଭାରତୀୟ ସେନାକୁ ବିଶ୍ୱର ସବୁଠୁ ଅଧିକ ଅନୁଶାସିତ ଓ ଶୁଙ୍ଖଳିତ ବୋଲି ସମ୍ବୋଧନ କରି କହିଛନ୍ତି ଏହି ଗୌରବକୁ ଭାରତୀୟ ସେନା ସବୁଦିନ ଲାଗି ବଜାଇରଖୁ।

Comment