ଓଡ଼ିଶାଲାଇଭ୍‌ ବ୍ୟୁରୋ

ଛତିଶଗଡ଼ ସୁକ୍‌ମାରେ ସୁରକ୍ଷାକର୍ମୀ ଓ ନକ୍ସଲ ମଧ୍ୟରେ ଗୁଳି ବିନିମୟ। ଏଥିରେ ୧୩ ପୋଲିସ ନିଖୋଜ ହୋଇଥିବା ବେଳେ ୧୪ ଜଣ ନିଖୋଜ ହୋଇଯାଇଛନ୍ତି। ନିଖୋଜ ୧୩ ପୋଲିସଙ୍କୁ ଖୋଜାଚାଲିଛି।

ଶନିବାର ଅପରାହ୍‌ଣରେ ଚିନ୍ତାଗୁପ୍ତା ଅଞ୍ଚଳର କୋରଜଗୁଡ଼ା ପାହାଡ଼ ନିକଟରେ ଗୁଳି ବିନିମୟ ହୋଇଥିଲା। ସେହି ସମୟରେ ନିରାପତ୍ତା ବଳର ଏକ ଟିମ୍‌ ସେହି ଅଞ୍ଚଳରେ ମାଓ ବିରୋଧୀ ଅଭିଯାନ ଚଳାଉଥିଲେ। ନିରାପତ୍ତା ବଳ କର୍ମଚାରୀ ଫେରିବା ପରେ ଜଣାପଡ଼ିଥିଲା ସେମାନଙ୍କ ମଧ୍ୟରୁ ୧୩ ଜଣ ଯବାନ ନିଖୋଜ ଅଛନ୍ତି।

ପରେ ଆହତ ଯବାନମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା ବେଳେ ନିଖୋଜମାନଙ୍କୁ ଖୋଜିବା ପାଇଁ ଏକ ବଡ଼ ଧରଣର ତଲାସ ଅଭିଯାନ ଆରମ୍ଭ କରିଛି ସୁରକ୍ଷାବାହିନୀ।

Comment