ଓଡ଼ିଶାଲାଇଭ୍‌ ବ୍ୟୁରୋ

ଶନିବାର ଦିନ କତାରର ଦୋହାଠାରେ ଆମେରିକା ଏବଂ ତାଲିବାନ ମଧ୍ୟରେ ଶାନ୍ତି ଚୁକ୍ତି ହୋଇଥିଲା। ପ୍ରାୟ ୧୮ ମାସ ବୁଝାମଣା ପରେ ଉଭୟ ପକ୍ଷ ଏହି ଶାନ୍ତି ଚୁକ୍ତି ସ୍ୱାକ୍ଷର କରିଛନ୍ତି। ୩୦ ଦେଶ ଅନ୍ତର୍ଜାତୀୟ ସଂଗଠନର ବୈଦେଶିକ ମନ୍ତ୍ରୀ ଓ ପ୍ରତିନିଧୀ ଆମେରିକା-ତାଲିବାନ ଶାନ୍ତି ଚୁକ୍ତି ସ୍ୱାକ୍ଷର କରିଛନ୍ତି।

ଏହି ଚୁକ୍ତିନାମା ଅନୁଯାୟୀ ଆମେରିକା ୧୪ ମାସ ମଧ୍ୟରେ ଆଫଗାନିସ୍ତାନରୁ ନିଜର ସାମରିକ ବାହିନୀ ପ୍ରତ୍ୟାହାର କରିବ। ଆମେରିକା ଗତ ୧୮ ବର୍ଷ ଧରି ଆଫଗାନିସ୍ତାନରେ ଏକ ଯୁଦ୍ଧ କରିଆସୁଛି। ୧୧ ସେପ୍ଟେମ୍ବର ୨୦୦୧ରେ ଆମେରିକାରେ ହୋଇଥିବା ଆକ୍ରମଣ ପରେ ଆମେରିକା ସେନା ଆଫଗାନିସ୍ତାନରେ ଛାଉଣି ହୋଇଥିଲେ। ଏହି ସାମରିକ ଯୁଦ୍ଧରେ ଏପର୍ଯ୍ୟନ୍ତ ବହୁ ସଂଖ୍ୟକ ଲୋକ ପ୍ରାଣ ହରାଇସାରିଛନ୍ତି।

ଆଫଗାନିସ୍ତାନ ଏବଂ ଆମେରିକା ମିଳିତ ଭାବେ ଘୋଷଣା କରିଛନ୍ତି ଯେ ଆଫଗାନିସ୍ତାନରେ ଆମେରିକାର ସାମରିକ ବାହିନୀର ସଂଖ୍ୟା ୮, ୬୦୦କୁ ହ୍ରାସ ପାଇବ। ଏଥିସହ ଆମେରିକା-ତାଲିବାନ ଶାନ୍ତି ଚୁକ୍ତିରେ ଦିଆଯାଇଥିବା ପ୍ରତିଶ୍ରୁତି ୧୩୫ ଦିନ ମଧ୍ୟରେ କାର୍ଯ୍ୟକାରୀ ହେବ।

ଶନିବାର ୧୮ ବର୍ଷର ରକ୍ତପାତରେ ଅନ୍ତ ଘଟିଛି। ଆମେରିକା ତାଲିବାନ ଆତଙ୍କବାଦୀଙ୍କ ସହ ଚୁକ୍ତି କରିବା ସହ ଆମେରିକାର ଯବାନ ଦେଶକୁ ଫେରିବା ଆରମ୍ଭ କରିବେ।

Comment