ଓଡ଼ିଶାଲାଇଭ୍‌ ପଲିଟିକାଲ୍‌ ବ୍ୟୁରୋ

ବିଧାୟକ ପଦ ଏବଂ ବିଜେପିରୁ ଇସ୍ତଫା ଦେବା ପରେ ରାଉରକେଲା ଗସ୍ତ କରିଛନ୍ତି ଦିଲ୍ଲୀପ ରାୟ। ଦିଲ୍ଲୀପ ସୋସିଆଲ ମିଡିଆରେ ଏକ ଭିଡିଓ ଶେୟାର କରିବା ସହ ଲେଖିଛନ୍ତି କି ବିଧାୟକ ପଦରୁ ଇସ୍ତଫା ଦେବା ମୋ ପାଇଁ କଷ୍ଟଦାୟକ ଥିଲା। ସେ ଆହୁରି ଲେଖିଛନ୍ତି ଏପରି କରିବା ଆବଶ୍ୟକ ବି ଥିଲା। ରାଉରକେଲାବାସୀ ଯାହା ଇଛା ରଖିଥିଲେ ତାହା ପୂରଣ କରିପାରୁନଥିବାରୁ କଷ୍ଟ ବି ଲାଗୁଛି।

ଏହା ସହିତ ସେ ଆହୁରି ଲେଖିଛନ୍ତି ମୋ ପାଇଁ ମାଟି ଓ ପାର୍ଟି ଭିତରୁ ଗୋଟିଏ ବାଛିବାର ଥିଲା ଆଉ ମୁଁ ମାଟିକୁ ହିଁ ବାଛିଛି। ମୁଁ ମୋ ମାଟିକୁ ଫେରିବା ପରେ ଲୋକଙ୍କର ଢେର ଭଲ ପାଇବା ପାଇଛି।

“ଲୋକଙ୍କମାନଙ୍କୁ ଭଲପାଇବା ଖୁସି ଦେଖି ମୁଁ ଭାବବିହ୍ୱଳ ହୋଇଯାଇଛି। ଲୋକମାନଙ୍କ ଭଲପାଇବା ଏତେ ସଂଖ୍ୟାରେ ଏକତ୍ରିତ ହେବା ଅନେକ କିଛି ସାବ୍ୟସ୍ତ କରୁଛି। ରାଉରକେଲା ଲୋକେ ଯେମିତି ଭଲପାଇବା ଦେଇଛନ୍ତି ତାହା, ଏହା ସାବ୍ୟସ୍ତ କରୁଛି କି ଲୋକେ ମୋ ସହ ଅଛନ୍ତି।’’

ଆଇଜିଏଚକୁ ସୁପର ସ୍ପେଶାଲିଟି ହସ୍ପିଟାଲ କରିବା ଏବଂ ବ୍ରାହ୍ମଣୀ ଉପରେ ଦ୍ୱିତୀୟ ସେତୁ ପ୍ରସଙ୍ଗକୁ ନେଇ ଦିଲ୍ଲୀପ ଲଗାତର ଭାବେ ନିଜ ଅସନ୍ତୋଷ ଜାହିର କରି ଆସୁଥିଲେ ଏବଂ ରାଉଲକେଲାବାସୀଙ୍କ ଦାବି ପୂରଣ ନହେବାରୁ ସେ ଇସ୍ତଫା ଦେଇଥିବା ଚର୍ଚ୍ଚା ହେଉଛି।

Comment