ଓଡ଼ିଶାଲାଇଭ୍ ବ୍ୟୁରୋ

ଦେଶରେ ମୋଦି ସରକାରଙ୍କ ଶାସନ ଚାଲିବା ପରେ ଦେଶରେ ଏପରି କିଛି ପରିବର୍ତ୍ତନ ହୋଇଛି ଯାହା ସମଗ୍ର ଦେଶକୁ ଚକିତ କରିଛି।

୨୦୧୪ ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରଧାନମନ୍ତ୍ରୀ ହୋଇଥିଲେ। ମୋଦି ଦେଶର ପ୍ରଧାନମନ୍ତ୍ରୀ ହେବାପରେ କେତୋଟି ଐତିହାସିକ ନିଷ୍ପତ୍ତି ନେଇଛନ୍ତି। ଏହା ସମ୍ପର୍କରେ ମୋଦି ପୂର୍ବରୁ କୌଣସି ସୂଚନା ନଦେଇ ନିଷ୍ପତ୍ତି ଘୋଷଣା କରିଛନ୍ତି। ମୋଦିଙ୍କ ଏଭଳି ନିଷ୍ପତ୍ତି ଦେଶବାସୀଙ୍କୁ ଆଶ୍ଚର୍ଯ୍ୟ କରିଛି।

ରାଫେଲ ଡିଲ

୨୦୧୫ରେ ମୋଦି ଫ୍ରାନ୍ସ ଗସ୍ତ କରିଥିଲେ। ଏହି ଗସ୍ତ ସମୟରେ ମୋଦି ଫ୍ରାନ୍ସ ସହ ରାଫେଲ ସଉଦା ପକ୍କା ହୋଇଥିବା ଘୋଷଣା କାରିଥିଲେ। ଏହି  ଗସ୍ତରେ ଫ୍ରାନ୍ସଠାରୁ ଭାରତ ୩୬ଟି ବିମାନ କିଣିବ ବୋଲି ବୁଝାମଣା ହୋଇଥିଲା।

ସର୍ଜିକାଲ ଷ୍ଟ୍ରାଇକ

୨୦୧୬ ସେପ୍ଟେମ୍ବରରେ ହୋଇଥିବା ସର୍ଜିକାଲ ଷ୍ଟ୍ରାଇକ ବି ମୋଦି ସରକାରଙ୍କ ଏକ ଐତିହାସିକ ନିଷ୍ପତ୍ତି ଥିଲା। ଯାହା ସାରା ଦେଶବାସୀଙ୍କୁ ଆଶ୍ଚର୍ଯ୍ୟ କରିଥିଲା।

ବିମୁଦ୍ରାକରଣ

୨୦୧୬ରେ ମୋଦି ସରକାର ହଠାତ ଆଉ ଏକ ନିଷ୍ପତ୍ତି ନେଇଥିଲେ। ଏହି ନିଷ୍ପତ୍ତି ଥିଲା ବିମୁଦ୍ରାକରଣ। ମୋଦି ଏହି ନିଷ୍ପତ୍ତି ଅଚାନକ ଘୋଷଣା କରିଥିଲେ। ମୋଦିଙ୍କ ଏପରି ଘୋଷଣା ପରେ ଦେଶବାସୀ ଆଶ୍ଚର୍ଯ୍ୟଚକିତ ହୋଇଥିଲେ। ମୋଦିଙ୍କ ଏହି ଘୋଷଣା ପୂର୍ବରୁ ସେ କୌଣସି ସୂଚନା ଦେଇନଥିଲେ।

ସବର୍ଣ୍ଣଙ୍କ ପାଇଁ ସଂରକ୍ଷଣ

ନିକଟରେ ମୋଦି ସରକାର ସବର୍ଣ୍ଣଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ପ୍ରସ୍ତାବ ଉଠାଇଥିଲେ। ଏହି ବିଲ୍‌ ସଂସଦରେ ପାରିତ ମଧ୍ୟ ହୋଇଛି। ଏବେ କେବଳ ରାଷ୍ଟପତିଙ୍କ ଦସ୍ତଖତର ଅପେକ୍ଷା ରହିଛି। ମୋଦି ସରକାରଙ୍କ ଏହି ପଦକ୍ଷେପ ବିଷୟରେ ବି ପୂର୍ବରୁ କୌଣସି ସୂଚନା ନଥିଲା।

Comment