ଓଡ଼ିଶାଲାଇଭ୍‌ ବ୍ୟୁରୋ

୧୧ବର୍ଷରୁ ଖାଦ୍ୟ ଛାଡ଼ିଥିବା ମହିଳା ଗତ ୪୪ବର୍ଷ ହେବ ଚା’ପିଇ ବଞ୍ଚୁଛନ୍ତି। ଏହା ସହିତ ସେ ଏକ ସୁସ୍ଥ ଜୀବନଯାପନ ବି କରୁଛନ୍ତି।

ଛତିଶଗଡର ଜଣେ ୪୪ ବର୍ଷୀୟ ମହିଳା ଗତ ୩୦ ବର୍ଷ ଧରି କେବଳ ଚା’ ପିଇ ଜୀବନଧାରଣ କରିଛନ୍ତି। ଖାଲି ସେତିକି ନୁହେଁ, ସେ ବେଶ୍ କର୍ମଠ ଓ ସୁସ୍ଥ ଜୀବନଯାପନ ବି କରି ଆସୁଛନ୍ତି।

କୋରିୟା ଜିଲ୍ଲା ବରଦିୟା ଗାଁର ଏହି ମହିଳାଙ୍କ ନାଁ ପିଲ୍ଲୀ ଦେବୀ। ସେ ୧୧ ବର୍ଷ ବୟସରୁ ଖାଦ୍ୟ ଗ୍ରହଣ ଛାଡ଼ିଛନ୍ତି। ତା’ ପରଠୁ ସେ କେବଳ ଚା’ ପିଇ ବଞ୍ଚିଛନ୍ତି। ତାଙ୍କୁ ସ୍ଥାନୀୟ ଲୋକେ ‘ଚାଏ ବାଲି ଚାଚି’ ଡାକିଥାନ୍ତି।  

ପିଲ୍ଲୀଙ୍କ ବାପା ରତି ରାମ କହନ୍ତି ଯେ ଝିଅ ଷଷ୍ଠ ଶେଣ୍ରୀରେ ପଢୁଥିବା ବେଳେ ଏକ ଜିଲ୍ଲାସ୍ତରୀୟ ଟୁର୍ଣ୍ଣାମେଣ୍ଟରେ ଯୋଗ ଦେବା ଲାଗି ଯାଇଥିଲା। ସେଠାରୁ ଫେରିବାପରେ ଖାଦ୍ୟ ଖାଇଲା ନାହିଁ। ସେ ଚା’ ସହିତ କିଛି ବିସ୍କୁଟ ଖାଉଥିଲା, ମାତ୍ର ପରେ ସେ ସବୁକୁ ବି ପରିହାର କରିଲା। ପିଲ୍ଲୀ ଆଗେ କ୍ଷୀର ଚା’ ପିଉଥିଲା, ହେଲେ ଏବେ କେବଳ ନାଲି ଚା’ ପିଉଛି। ତା’ସହିତ କିଛି ବି ଖାଉ ନାହିଁ।

ସେ ସୂର୍ଯ୍ୟାସ୍ତ ପୂର୍ବରୁ ଦିନକୁ ମାତ୍ର ଥରେ ଚା’ ପିଇଥାଏ ବୋଲି ରତି ରାମ କହିଛନ୍ତି। ବାପା ଝିଅକୁ କାଳେ କିଛି ରୋଗ ହୋଇଥିବା ଭାବି ଡାକ୍ତରଙ୍କ ପାଖକୁ ନେଇଥିଲେ, ମାତ୍ର ତା’ର କୌଣସି ରୋଗ ହୋଇ ନଥିବା ଡାକ୍ତର କହିଥିଲେ। ପିଲ୍ଲୀ କେବେ ବି ଘର ବାହାରକୁ ଯାଏ ନାହିଁ। ସେ ଦିନ ସାରା ଭଗବାନ ଶିବଙ୍କ ପୂଜାର୍ଚ୍ଚନାରେ ସମୟ ବିତାଏ।

Comment