ଓଡ଼ିଶାଲାଇଭ୍ ବ୍ୟୁରୋ

“ରାପର ସମୀର ମହାନ୍ତି ଓଡ଼ିଶାଲାଇଭକୁ ଦେଇଥିବା ସାକ୍ଷାତକାରେ କହିଲେ ନିଜ ସଫଳତାର କାହାଣୀ”

ପ୍ରତିଭା ସମସ୍ତଙ୍କ ପାଖରେ ଥାଏ। ମାତ୍ର ନିଜର ପ୍ରତିଭାକୁ ଚିହ୍ନି ପରିଶ୍ରମ କରିବା ଓ ସଫଳତା ପାଇବା ପ୍ରାୟତଃ ସମସ୍ତେ ପାରନ୍ତି ନାହିଁ। ଏମିତି ଏକ ପ୍ରତିଭା ଯେ ନିଜକୁ ଚିହ୍ନି ଏବେ ନିଜ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। କେବଳ ଏତିକି ନୁହଁ ତାଙ୍କୁ ଆଜି କେବଳ ଓଡ଼ିଶାରେ ନୁହଁ ବାହାରେ ମଧ୍ୟ ସମସ୍ତେ ପ୍ରଶଂସା କରୁଛନ୍ତି।

ଏମିତି ଜଣେ ଯୁବକ ହେଉଛନ୍ତି ସମୀର ରିସୁ ମହାନ୍ତି। ଯେ ଏବେ ରାପର ସମୀର ରିସୁ ନାଁରେ ପରିଚିତ। ପିଲାବେଳୁ ସେ ସ୍ୱପ୍ନ ଦେଖୁଥିଲେ ଜଣେ ରାପର ହେବେ ବୋଲି ଯାହା ପାଇଁ ସେ ଅନେକ ପରିଶ୍ରମ ବି କରିଛନ୍ତି। ସମୀରଙ୍କ  ମୁଁ ଓଡ଼ିଆ ରାପ୍‌ ଗୀତ ତାଙ୍କୁ ଅନେକ ଲୋକପ୍ରିୟତା ଆଣିଦେଇଥିଲା। ଯାହା ପରେ ସେ ଯେମିତି ଆଉ ପଛକୁ ଚାହିଁ ନାହାନ୍ତି।

ଗୀତ ଲେଖିବା, ମ୍ୟୁଜିକ୍‌ ଦେବା, ନିର୍ଦ୍ଦେଶନା ଦେବା ଓ ଗାଇବା ସବୁ କିଛି କରିଥାନ୍ତି ସମୀର। ତେବେ ଓଡ଼ିଶାଲାଇଭକୁ ସମୀର ଦେଇଥିବା ସାକ୍ଷାତକାରରେ ସେ କେମିତି ରାପରରେ ହେଲେ ତାଙ୍କର ଆଗକୁ ସ୍ୱପ୍ନ ଅଛି ସବୁ କିଛି କହିଛନ୍ତି।

Comment