ଓଡ଼ିଶାଲାଇଭ୍‌ ଏଣ୍ଟରଟେନ୍‌ମେଣ୍ଟ ବ୍ୟୁରୋ

ଖରାପ ସଂଗୀତ ଗାଇ ୟୁଟ୍ୟୁବରେ ରାତାରାତି ଭାଇରାଲ ଗର୍ଲ ଢିଙ୍କଚାକ୍ ପୂଜା। ପୂଜାଙ୍କ ସେଲ୍ଫି ମେନେ ଲେଲି ଆଜ୍ ଗୀତ ସୋସିଆଲ ମିଡିଆରେ ଜବରଦସ୍ତ ଭାଇରାଲ ହୋଇଥିଲା। ପ୍ରଥମ ଥର ପାଇଁ ଖରାପ ଗୀତ ଗାଇ ଇଣ୍ଟନେଟରେ ଷ୍ଟାର ହୋଇଥିଲେ ପୂଜା। ବର୍ତ୍ତମାନ ଢିଙ୍କଚାକ୍ ପୂଜାଙ୍କ ନୂଆ ଗୀତ ଆସିଛି। ଏହି ଗୀତର ନାଁ ରହିଛି ‘ନଚେ ଜବ୍ କୁଡି ଦିଲ୍ଲୀ ଦି’।

ୟୁଟ୍ୟୁବ୍ ରେ ଗତ୨୦ ଜାନୁଆରିରେ ଏହି ଗୀତକୁ ସେୟାର କରାଯାଇଥିଲା। ୩ ମିନିଟର ଏହି ଗୀତ ପୂର୍ବ ଭଳି ସୋସିଆଲ ମିଡିଆରେ ଭାଇରାଲ ହେଉଛି। ତେବେ ଏହି ଗୀତଟିର ମଧ୍ୟ ସମସ୍ତେ ମଜା ଉଡାଇଛନ୍ତି। ଏହି ଗୀତ ଶୁଣି ଲୋକେ ତାଙ୍କୁ ଗୀତ ଗାଇବାକୁ ମନା କରୁଛନ୍ତି।

ପ୍ରଥମ ଥର ପାଇଁ ଖରାପ ଗୀତ ଗାଇ ରାତାରାତି ଷ୍ଟାର ପାଲିଟିଥିବା ଗର୍ଲ ହେଉଛନ୍ତି ଢିଙ୍କଚାକ୍ ପୂଜା। ତାଙ୍କର ଏହି ଖରାପ ଗୀତ ପାଇଁ ୨୦୧୮ରେ  ବିଗବସ୍ ସିଜନ୍ -୧୧ର ପ୍ରତିଯୋଗୀ ହୋଇପାରିଥିଲେ ପୂଜା। ତାଙ୍କ ଗୀତକୁ ବିଗବସ୍‌ରେ ସଲମାନ୍ ଖାନ୍ ଏବଂ ଅକ୍ଷୟ କୁମାର ମଧ୍ୟ ଖୁବ୍ ଥଟ୍ଟା କରିଥିଲେ।

Comment