ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ

‘ପଟାଖା’ର ନୂଆ ଗୀତ ରିଲିଜ୍। ଫିଲ୍ମର ଆଇଟମ୍ ଗୀତରେ ନଜର ଆସିବେ ମଲାଇକା।

ବିଶାଳ ଭରଦ୍ୱାଜଙ୍କର ଆଗାମୀ ଫିଲ୍ମ ‘ପଟାଖା’ର ନୂଆ ଗୀତ ‘ହେଲୋ ହେଲୋ’ ଆଜି ରିଲିଜ୍ ହୋଇଛି। ଏହି ଗୀତରେ ଆଇଟମ୍ କୁଇନ୍ ମଲାଇକା ଅରୋଡ଼ା ଦର୍ଶଙ୍କକୁ ପୁଣିଥରେ ତାଙ୍କର ଠୁମ୍‌କାର ଜାଦୁ ଦେଖାଇଛନ୍ତି। ଏହି ଗୀତକୁ ରେଖା ଭରଦ୍ୱାଜ ଗାଇ ଥିବାବେଳେ ଗୁଲଜାର ଏହାକୁ ଲେଖିଛନ୍ତି। ଏହି ଗୀତକୁ କୋରିଓଗ୍ରାଫର୍ ଗଣେଶ ଆଚାର୍ଯ୍ୟ କୋରିଓଗ୍ରାଫି କରିଛନ୍ତି।

ଏହି ଫିଲ୍ମଟି ଦୁଇ ଭଉଣୀଙ୍କ କାହାଣୀ ଉପରେ ଆଧାରିତ। ଯିଏକି ପରସ୍ପରକୁ ହିଂସା କରନ୍ତି ଏବଂ ଜୀବନରୁ ମାରି ଦେବାକୁ ଚାହାଁନ୍ତି। ସେଥିପାଇଁ ଦୁହେଁ ସବୁବେଳେ ଝଗଡ଼ା ଓ ମାରପିଟ୍ କରନ୍ତି। ଏହି ଫିଲ୍ମରେ ଦୁଇ ଭଉଣୀଙ୍କ ଚରିତ୍ରରେ ‘ଦଙ୍ଗଲ ଗାର୍ଲ’ ସାନ୍ୟା ମାଲହୋତ୍ରା, ଟିଭି ଅଭିନେତ୍ରୀ ରାଧିକା ମଦାନ ଅଭିନୟ କରୁଛନ୍ତି। ଏହାଛଡ଼ା ‘ପଟାଖା’ରେ ହାସ୍ୟ ଅଭିନେତା ସୁନୀଲ ଗ୍ରୋବର ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ। ହେଲେ ସୁନୀଲ ଏହି ଫିଲ୍ମରେ କମେଡ଼ି ନ କରି ବରଂ ହାସ୍ୟ ଚରିତ୍ରରେ ନଜର ଆସୁଛନ୍ତି। ‘ପଟାଖା’ ୨୮ ସେପ୍ଟେମ୍ବରକୁ ସିନେମା ହଲ୍ ରିଲିଜ୍ ହେବ।

ମଲାଇକା ଏହା ପୂର୍ବରୁ “ଛୋୟା ଛୋୟା’, ‘ମୁନ୍ନି ବଦନାମ୍ ହୁଇ’ ଏବଂ ‘ଅନାରକଲି ଡିକ୍ସୋ ଚଲି’ ଭଳି ଅନେକ ଆଇଟମ୍ ନମ୍ବର କରିସାରିଥିବା ମଲାଇକା ପୁଣିଥରେ ତାଙ୍କର ଦେଶୀ ଅନ୍ଦାଜରେ ଠୁମ୍‌କା ଲଗାଉଥିବାର ନଜର ଆସୁଛନ୍ତି। ତେବେ ଦେଖିବାକୁ ବାକି ରହିଲା ଏହି ଫିଲ୍ମଟି ସିନେମା ହଲ୍‌ରେ କେତେ ମାତ୍ରାରେ ସଫଳତା ଅର୍ଜନ କରୁଛି।

Comment