ଓଡ଼ିଶାଲାଇଭ୍‌ ବ୍ୟୁରୋ

Bhubaneswar Tata Steel Literary meet-2019

ଭୁବନେଶ୍ୱରରେ ଶୁକ୍ରବାରଠାରୁ ଆରମ୍ଭ ହେଉଛି ଟାଟା ଷ୍ଟିଲ୍‌ ଲିଟେରାରି ଫେଷ୍ଟର ୪ର୍ଥ ସଂସ୍କରଣ। ଏହି ୩ ଦିନିଆ ସାହିତ୍ୟ ସମାବେଶ ଜାଭିୟର ପରିସରରେ ଆରମ୍ଭ ହୋଇଛି। ଏହାକୁ ଉଦ୍‌ଘାଟନ କରିଥିଲେ ଜୟନ୍ତ ମହାପାତ୍ର। ଏହି ୩ ଦିନିଆ ଅଧିବେଶନ ବିଭିନ୍ନ ପ୍ରସଙ୍ଗର ବିଷୟବସ୍ତୁ ରହିଛି।

ଏହି ସମାବେଶରେ ଚର୍ଚ୍ଚିତ ଯୁବ ଲେଖକ ରବିନ୍ଦର ସିଂ, ଅଭିନେତା ଅଭିଜିତ୍‌ ଗାଙ୍ଗୁଲି, କଣ୍ଠଶିଳ୍ପୀ ରେଖା ଭରଦ୍ୱାଜ ଯୋଗ ଦେବେ।

Waheeda Rehman

ଶୁକ୍ରବାର ଦିନ ଏହି ଫେଷ୍ଟରେ ଚର୍ଚ୍ଚିତ ଅଭିନେତ୍ରୀ ୱାହିଦା ରେହମାନ ଯୋଗ ଦେଇଥିଲେ। ରେହମାନ ଅଭିନୟ ଦୁନିଆ ପ୍ରବେଶ କରିବାଠୁ ଆରମ୍ଭ କରି ଚଳଚ୍ଚିତ୍ର ଜୀବନୀ ବିଷୟରେ ଉଲ୍ଲେଖ କରିଥିଲେ। ଏହାସହ ଚଳଚ୍ଚିତ୍ର ସୁଟିଂ ସମୟରେ ହୋଇଥିବା ଅନେକ ରୋଚକ କଥା ଦର୍ଶକଙ୍କୁ କହିଥିଲେ।

Waheeda Rehman at Bhubaneswar Literary Meet 2019

ଶୁକ୍ରବାର ସନ୍ଧ୍ୟାରେ ଅନୁଷ୍ଠିତ ଅଧିବେଶନ ମାଇଁ ଗ୍ରାଣ୍ଡମଦର ଟୁଇଟ୍‌ସ୍‌ରେ ଗୀତା ଗୋପାଲକ୍ରିଷ୍ଣନ୍‌, ଓଡ଼ିଶୀ ନୃତ୍ୟାଙ୍ଗନ ଝେଲମ୍‌ ପରାଞ୍ଜପି ଦେବାଶିଷ ମିତ୍ରଙ୍କ ସହ ଆଲୋଚନା କରିଥିଲେ। ପରିଶେଷରେ ଅଭିଜିତ୍ ଗାଙ୍ଗୁଲିଙ୍କ ଷ୍ଟାଣ୍ଡ ଅପ୍‌ କମେଡି ଦର୍ଶକଙ୍କୁ ଉତ୍ସାହିତ କରିଥିଲା।

ଟାଟାଷ୍ଟିଲ ସାହିତ୍ୟ ସମାବଶରେ ବୁଦ୍ଧିଜୀବୀ, ସାହିତ୍ୟିକ ଓ ସାହିତ୍ୟପ୍ରେମୀ ଯୋଗଦେବେ। ଏହି ଫେଷ୍ଟ ୧୩ ସନ୍ଧ୍ୟାରେ ଶେଷ ହେବ। ସମାବେଶରେ ଯୋଗଦେବାପାଇଁ କୌଣସି ପ୍ରବେଶିକା ଦେୟ କିମ୍ବା ପାସ ଦେବାକୁ ପଡ଼ିବ ନାହିଁ।

Comment