ଓଡ଼ିଶାଲାଇଭ୍‌ ବ୍ୟୁରୋ

ଟିମ୍ ଇଣ୍ଡିଆ ଓ ଅଷ୍ଟ୍ରେଲିଆ ମଧ୍ୟରେ ମଙ୍ଗଳବାର ଖେଳାଯିବ ଦ୍ୱିତୀୟ ଦିନିକିଆ ମ୍ୟାଚ। ପ୍ରଥମ ମ୍ୟାଚରେ କଙ୍ଗାରୁ ଦଳ ଠାରୁ ୩୪ ରନ୍‌ରେ ପରାସ୍ତ ହେବା ପରେ ଟିମ୍‌ ଇଣ୍ଡିଆ କର ବା ମର ସ୍ଥିତି ପହଞ୍ଚିଛି। ଏହି ମ୍ୟାଚ ଭାରତ ପାଇଁ ନିର୍ଣ୍ଣାୟକ ହୋଇପଡିଛି। ଅଷ୍ଟ୍ରେଲିଆର ଆଡିଲେଡ୍ ଷ୍ଟାଡିୟମରେ ମଙ୍ଗଳବାର ଏହି ମ୍ୟାଚ ଖେଳାଯିବ।

ଶନିବାର ସିଡନୀରେ ଖେଳାଯାଇଥିବା ପ୍ରଥମ ଦିନିକିଆରେ ଭାରତୀୟ ଦଳକୁ ହରାଇ କଙ୍ଗାରୁ ଦଳ ୧-୦ରେ ସିରିଜ ଆଗୁଆ ରହିଛି। ତେଣୁ ଦ୍ୱିତୀୟ ଦିନିକିଆ ମ୍ୟାଚ ଭାରତ ପାଇଁ ନିର୍ଣ୍ଣାୟକ ହେବ। ବର୍ତ୍ତମାନ ଟିମ୍‌ ଇଣ୍ଡିଆ ପାଇଁ କର ବା ମର ସ୍ଥିତି।

ଆଡିଲେଡରେ ଭାରତ ପାଇଁ ଏହି ମ୍ୟାଚ ଜିତିବା ଜରୁରୀ ହୋଇପଡ଼ିଛି। ଏହି ମୁକାବିଲାରେ ପରାଜିତ ହେଲେ ଟିମ୍‌ ଇଣ୍ଡିଆର ସିରିଜ ଜିତିବା ସ୍ୱପ୍ନ ଧୁଳିସାତ ହେବ।

Comment