ଓଡ଼ିଶାଲାଇଭ୍‌ ବ୍ୟୁରୋ

ମାଲକାନଗିରି ଜିଲ୍ଲା ମଣିପୁରିଆଗୁଡ଼ାଠାରେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଏକ ମୃତ ଦେହ ଉଦ୍ଧାର କରାଯାଇଛି।

ମାଲକାନଗିରି ଜିଲ୍ଲାର ଖଇରପୁଟ ବ୍ଲକର କଦମଗୁଡ଼ା ପଞ୍ଚାୟତର ସଦର ଗ୍ରାମର ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି। ପଥରରେ ଛେଚି ହତ୍ୟା କରାଯାଇଥିବା ଜଣାପଡ଼ିଛି। ମଣିପୁରିଆଗୁଡ଼ାଠାରେ ମଙ୍ଗଳବାର ବିଳମ୍ବିତ ରାତିରେ ଏହି ହତ୍ୟାକାଣ୍ଡ ଘଟିଛି। ମୃତକ ଯୁବକ ଜଣକ କଦମଗୁଡ଼ା ଗ୍ରାମର ପବିତ୍ର ଖିଲ (୧୭)।

ପରିବାର ଲୋକେ ମୁଦୁଲିପଡ଼ା ଥାନାରେ ଲିଖିତ ଅଭିଯୋଗ ପରେ ଘଟଣା ସ୍ଥଳରେ ମୁଦୁଲିପଡ଼ା ପୋଲିସ ଓ ଚିତ୍ରକୋଣ୍ଡା ଏସଡିପିଓ ମାନସ ରଞ୍ଜନ ବାରିକ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠେଇଛନ୍ତି। ଏହାସହ ପୋଲିସ ତଦନ୍ତ ଆରମ୍ଭ  କରିଛି।

ପରିବାର ଲୋକ ଅଭିଯୋଗ କରିଛନ୍ତି ଯେ କଦମଗୁଡ଼ାର ଏକ ଯୁବତୀଙ୍କ ସହିତ ସମ୍ପୃକ୍ତ ଯୁବକର ପ୍ରେମ ସମ୍ପର୍କ ଥିଲା। ହତ୍ୟାକାଣ୍ଡର ଏହା ହିଁ ମୂଖ୍ୟ କାରଣ ହୋଇଥାଇପରେ ବୋଲି ପୋଲିସ ଅନୁମାନ କରୁଛି।

Comment